ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ରାଜ୍ୟସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

0

ଭୁବନେଶ୍ବର: କନ୍ଧମାଳ ସେବାଶ୍ରମର ଛାତ୍ରୀ ସନ୍ତାନ ପ୍ରସବ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ନିରଂଜନ ପଟ୍ଟନାୟକ କିଛନ୍ତି ଯେ, ରାଜ୍ୟରେ ଶାସନ ବୋଲି କିଛି ନାହିଁ । ଏଭଳି ଏକ ନିନ୍ଦନୀୟ ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀ ଦାୟୀ । ତେଣୁ ନୈତିକତା ଦୃଷ୍ଟିରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।

ସେହିପରି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଘଟଣା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ବୋଲି ଦାମ ରାଉତ କହିଛନ୍ତି । ନବୀନ ସରକାରରେ ମହିଳା ସୁରକ୍ଷିତ ନୁହନ୍ତି । ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ । ବିଭିନ୍ନ ମାମଲାରେ ସେମାନଙ୍କର ସଂପୃକ୍ତି ରହିଥିବା ଦାମ ରାଉତ ଅଭିଯୋଗ କରିଛନ୍ତି । ଏହା ସହ ସେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବହିଷ୍କାର ଦାବି କରିଛନ୍ତି ।

ଅନ୍ୟପଟେ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ ୧ହଜାର ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି । ଆଗ୍ରାଧିକାର ଭିତିରେ ପ୍ରଥମେ ବାଳିକା ବିଦ୍ୟାଳୟରେ ସିସିଟିଭି ଲାଗାଯିବ ବୋଲି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରବିବାର ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତଲୋକ ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ଘଟଣାରେ ଗତକାଲି ୮ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସୋମବାର ଦିନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ସୋମବାର ସକାଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ନବଜାତ ଶିଶୁର ମୃତ୍ୟୁ ଘଟିଛି ।

Leave A Reply