ଟ୍ରକ ଦୁର୍ଘଟଣାରେ ୧ମୃତ,୧ଆହତ

0

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର – ଜୁନାଗଡର ମୁଖ୍ୟ ରାସ୍ତା ବଙ୍କଳପଲା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଖବରଅନୁସାରେ ଦୁଇଜଣ ଏକ ମଟରସାଇକଲରେ ଆସୁଥିବା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ସହ ଧକା ହେବାଦ୍ୱାରା ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଟ୍ରକଟି କଲମପୁର ନିକଟସ୍ଥ ବାବୁକେନ୍ଦୁଗୁଡା ଶ୍ରୀ କ୍ରୀଷ୍ଣା ଚାଉଳ ମିଲରୁ ଚାଉଳ ବୋଝେଇକରି ଜୁଆଙ୍ଗ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏପର୍ଯ୍ୟନ୍ତ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳିନାହିଁ।

Leave A Reply