କିନ୍ନର ଫେସନ ସୋ : ବାଜି ମାରିଲେ ସୋନିଆ    

0

ସମ୍ବଲପୁର : ବଡ଼ବଜାର ଶୀତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କିନ୍ନର ଫେଶନ୍‍ ସୋ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ କିନ୍ନର ଯୋଗଦେଇ ଫେଶନ୍‍ ସୋ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ମହାନଗର ନିଗମର କମିଶନର ବିମଳେନ୍ଦୁ ରାୟ ଉଦ୍‍ଘାଟନ କରିଥିଲେ। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଭାପତି ସଞ୍ଜୟ ବାବୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫେଶନ୍‍ ସୋରେ ଓଡ଼ିଶାର ବିଭିନ୍ନ ଜିଲାର କିନ୍ନରଙ୍କ ସହ ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟର କିନ୍ନରମାନେ ମଧ୍ୟ ଭାଗ ନେଇଥିଲେ। ସଙ୍ଗୀତର ତାଳେ ତାଳେ କିନ୍ନରମାନେ ରାମ୍ପ୍‌ରେ ଚାଲିଥିଲେ । ରାତି ୧ଟା ପର୍ଯ୍ୟନ୍ତ ଚାଲିଥିବା କିନ୍ନର ଙ୍କ ଫେସନ ସୋରେ ବିଳାସପୁର ର ସୋନିଆ ପ୍ରଥମ, ଭୁବନେଶ୍ୱର ର ସୁମନ ମଲ୍ଲିକ ଦ୍ୱିତୀୟ ଓ ଅମ୍ବିକାପୁରର କୌସିସ ସୋନି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

କିନ୍ନର ମୀରା ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏଡ଼ସ୍‍ ରୋଗର ସଚେତନତା କରାଯାଉଛି। ଏଡ଼ସ୍‍ ପାଇଁ ରକ୍ତ ପରୀକ୍ଷା କରାଯିବା ପରେ ସମ୍ପୃକ୍ତ ଏଡ଼ସ୍‍ ରୋଗୀଙ୍କ ନାମ ଓ ପରିଚୟକୁ ଗୋପନ ରଖି ସେମାନଙ୍କ ଚିକିତ୍ସା ପାଇଁ ପରାମର୍ଶ ଦିଆଯିବ ବୋଲି ମୀରା କହିଛନ୍ତି। ଫେସନ ସୋ ଦେଖିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Leave A Reply