ଅନାସ୍ଥା ପ୍ରସ୍ତାବରେ କକ୍ଷତ୍ୟାଗ କରିବ ବିଜେଡି !

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜୁ ଜନତା ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ବିଜେଡି ସୂତ୍ରରୁ ଜଣା ପଡିଛି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ମତ ବିଭାଜନ ହେଲେ ବିଜେଡି ସାଂସଦ ଲୋକସଭାରୁ କକ୍ଷତ୍ୟାଗ କରିପାରନ୍ତି। ଏହାର ଲାଭ କେନ୍ଦ୍ର ସରକାରଙ୍କୁ ମିଳିବ। ବିରେଧୀ ଦଳର ଶକ୍ତି ସଂଖ୍ୟା ଗଣନାରେ ବେଶ ଦୁର୍ବଳ। ସଂଖ୍ୟା ଦୃଷ୍ଟିରୁ କେବଳ ବିଜେପି ପାଖରେ ୨୭୧ ପାଖାପାଖି ସାଂସଦ ଅଛନ୍ତି। ଏନଡିଏ ମେଣ୍ଟ ଦଳକୁ ଏଥିରେ ସାମିଲ କରାଯାଇ ନାହିଁ। ମଙ୍ଗଳବାର ସକାଳ ଦଶଟାରେ ବିଜେଡି ସଂସଦୀୟ ଦଳର ବୈଠକ ଡକାଯାଇଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ ବିଜେଡି ଲୋକସଭାରେ ଦୃଢ ଭାବରେ ନିଜର ଦାବି ଉପସ୍ଥାପନ କରିବ । ଏହି ପ୍ରସଙ୍ଗରେ  ଟିଡିପି ଏବଂ ୱାଇଏସ୍‌ଆର କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି। ବିଜେଡି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଏତିକି କହିଛନ୍ତି କି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ ଆମ ଦଳ ଅଟଳ ରହିଛି। ଅନାସ୍ଥା ପ୍ରସ୍ତାବ ରଣନୀତି ସଂପର୍କରେ ପ୍ରଶ୍ନକୁ ସେ ଏଡାଇ ଯାଇଛନ୍ତି।

ବିଜେଡି ସାଂସଦମାନେ, ମୋଦି ସରକାରର ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ସାକ୍ଷାତକାର ବିଷୟ ମଧ୍ୟ ଉଠାଇବେ। ଯେଉଁଥିରେ ସେ କହିଥିଲେ କି କେନ୍ଦ୍ରରେ ଯଦି ବିଜେପି ସରକାର ଗଠନ ହେବ ତେବେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରାଯିବ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶର ଦାବି ସହିତ ଓଡ଼ିଶା ସହମତ ଅଛି କାରଣ ଉଭୟଙ୍କର ଦାବି ସମାନ। କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ଖେଲା ଖୋଲି ଭାବେ ସାମ୍ନାକୁ ଆସୁ ନାହିଁ। କିନ୍ତୁ ଦଳର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ ଆମ ଦାବି ରେ ଦଳ ଅଟଳ ରହିଛି ଏବଂ ଲୋକସଭାରେ ଦୃଢ ଭାବରେ ଏହି ଦାବି ଉପସ୍ଥାପନ କରାଯିବ। ତେବେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ କହିଛନ୍ତି ଯେ ପ୍ରଥମେ ନୋଟିସ ଆଗତ ହେଉ ପରେ ନିଷ୍ପତ୍ତି ନିଅଯିବ। ତେବେ ପାର୍ଟି ମଧ୍ୟରୁ ମିଳିଥିବା ସୂଚନା ଅନୁସାରେ ଯଦି ମତ ବିଭାଜନର ସୁଯୋଗ ଆସେ ତ ବିଜେଡି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କକ୍ଷତ୍ୟାଗ କରିପାରେ।

ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ମଧ୍ୟ ଦଳର ଆଭିମୁଖ୍ୟ ସଂପର୍କରେ ଉତ୍ତର ଦେଇ କହିଛନ୍ତି କି ଦେଖନ୍ତୁ, ପ୍ରତୀକ୍ଷା କରନ୍ତୁ କହି ଏଡାଇ ଦେଇଛନ୍ତି। ବିଜେପି ପୂର୍ବରୁ ବିଜେଡିର ସହଯୋଗୀ ଥିଲା । ୨୦୦୦ ମସିହାରେ ବିଜେପି ସହଯୋଗରେ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ। ସେତେବେଳେ ବିଜେଡିର ୬୮ ଏବଂ ବିଜେପିର ୩୮ ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ୨୬ ଆସନରେ ବିଜୟୀ ହୋଇଥିଲା। ଏହା ପରେ ୨୦୦୪,୨୦୦୯ ଏବଂ ୨୦୧୪ରେ ବିଜେଡି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି କିନ୍ତୁ ବିଜେପିର ଆସନ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।  ଦୁଇ ଦଳ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି।

ମୋଦି ସରକାରଙ୍କର କିଛି ନୀତିକୁ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ନିକଟରେ ସେ ବୟାନ ଦେଇଥିଲେ କି ବିଜେପି ବୁଡ଼ି ବୁଡି ଯାଉଛି। କିନ୍ତୁ ଅନାସ୍ଥା ପ୍ରସ୍ତାବ ନେଇ ବିଜେଡିର ନୀରବତାକୁ ଅନେକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଅନାସ୍ଥା ପ୍ରସ୍ତାବରେ ଯଦି ବିଜେଡି କକ୍ଷତ୍ୟାଗ କରେ ତେବେ ପରୋକ୍ଷରେ ଏହା ସରକାରଙ୍କୁ ସାହାଯ୍ୟ କରିବ।

ତଥାପି ଏବେ ମଧ୍ୟ ବିଜେଡି ନେତା ଭ୍ରମରେ ଅଛନ୍ତି,​‌ ସେମାନେ ନବୀନ ପଟ୍ଟନାୟକଙ୍କ ନିର୍ଦେଶର ପ୍ରତୀକ୍ଷାରେ ଅଛନ୍ତି।

Leave A Reply