ସୋମବାର ରାଶିଫଳ

0

ମେଷ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ଚଳିବେ।
ବୃଷ: ଯାତ୍ରାରେ ସଫଳତା ମିଳିବ। କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବଳବାନ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ମିଥୁନ: ଦ୍ରବ୍ୟଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଯୁକ୍ତ ହେବ।
କର୍କଟ: ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇ ପାରନ୍ତି। ବାଦ-ବିବାଦରେ ଉଦାର ନୀତି ଅବଲମ୍ବନ କରିବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ଧ୍ୟାନ ଦେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।
ସିଂହ: ଭ୍ରାତୃ ବିବାଦର ସମାଧାନ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
କନ୍ୟା: ପରିବେଶ ଆପଣଙ୍କ ପାଇଁ ଲାଭଜନକ ହେବ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ , ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶାରୀରିକ ଶକ୍ତି ବୃଦ୍ଧି ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ।
ବିଛା: ଅନୁଭୂତି ବୃଦ୍ଧି ହେବା ସହିତ ଦକ୍ଷତା ବଢ଼ିବାରେ ଲାଗିବ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ସାମୟିକ ଭାବେ ଏକାନ୍ତରେ ରହିପାରନ୍ତି। ମିଷ୍ଟଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ।
ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନମାନଙ୍କ ଗୁଣର ବିକାଶ ଘଟିବ। ଗୃହ ସୁଖ ମିଳିବ। କରିତ୍‍କର୍ମା ହେବେ।
ମକର: କିଛି ମାତ୍ରାରେ ଲାଭବାନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ସଦିଚ୍ଛା ରହିବ।
କୁମ୍ଭ: ସେବା ମନୋଭାବର ହେବେ। ପୂଜା ପଦ୍ଧତିରେ ମନ ବଳାଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ରହିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଇବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ହେବେ। ସମ୍ପତ୍ତିବାନ ହୋଇପାରନ୍ତି।
ମୀନ: ସାମାନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସଫଳତା ଦ୍ୱାର ଦେଶରେ ଉପନୀତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Leave A Reply