ଶପଥ ନେଲେ ଜଷ୍ଟିସ ମାହେଶ୍ବରୀ, ଜଷ୍ଟିସ ଖାନ୍ନା

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଭାବେ ଶୁକ୍ରବାର ପୂର୍ବାହ୍ଣରେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଉଭୟଙ୍କୁ କୋର୍ଟ-୧ରେ ଆୟୋଜିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧିପାଇଛି; ତଥାପି ଆହୁରି ୩ଟି ପଦ ଶୂନ୍ୟ ରହିଛି। ସୁପ୍ରିମକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୧ରହିଛି। ଜଷ୍ଟିସ ମାହେଶ୍ବରୀ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରୁ ଉନ୍ନିତ ହୋଇଥିବାବେଳେ ଜଷ୍ଟିସ ଖାନ୍ନ ହିଲ୍ଲୀ ହାଇକୋର୍ଟ ବିଚାରପତି ଥିଲେ। ଉଭୟଙ୍କ ପଦୋନ୍ନତି ​‌େ​‌ନଇ ତୀବ୍ର ବିବାଦ ମୁଣ୍ଡ ଟେକିଥିଲା।

Leave A Reply