ମୁକ୍ତିଲାଭ କଲା ଜନଆବ୍ରାହମଙ୍କ ‘ପରମାଣୁ-ଦ ଷ୍ଟୋରି ଅଫ ପୋଖରାନ’

0

ନୂଆଦିଲ୍ଲୀ : ଜନ ଅବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ପରମାଣୁ -ଦ ଷ୍ଟୋରି ଅଫ ପୋଖରାନ’ ଶୁକ୍ରବାର ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତିି। ଅଭିଷେକ ଶର୍ମାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଜନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଡାଏନା। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଖୁଣ ଅଭିନୟ ପାଇଁ ପରିଚିତ ବୋମାନ ଇରାନୀଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ୧୯୯୮ରେ ପୋଖରାନଠାରେ ପରମାଣୁ ଅସ୍ତ୍ର ପରୀକ୍ଷଣ ଓ ଏହାକୁ ନେଇ ଦେଖାଯାଇଥିବା ସମସ୍ୟାକୁ ନେଇ ଏହି କାହାଣୀଟି ଗତିଶୀଳ। ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଏହି ଚଳଚ୍ଚିତ୍ର କାହାଣୀ ଆଧାରିତ। ପରମାଣୁ ଅସ୍ତ୍ର ପରୀକ୍ଷଣକୁ ୨୦ବର୍ଷ ପୂର୍ତ୍ତି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ।

Leave A Reply