ଜେଏନୟୁରେ ଛାତ୍ର ସସଂଦ ଭୋଟ ଗଣତି ବାତିଲ

0

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱ ବିଶ୍ୱବିଦ୍ୟାଳୟ ଛାତ୍ର ସସଂଦ ନିର୍ବାଚନର ଭୋଟ ଗଣତି ଶୁକ୍ରବାର ବାତିଲ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ହିସାଂକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତି ୧୦ଟାରେ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବାକୁ ଯୋଜନା ରହିଥିଲା। କିନ୍ତୁ, କିଛି ଛାତ୍ର ନିର୍ବାଚନ କେନ୍ଦ୍ରରେ ପହଞ୍ଚି ବାଲଟ ବାକ୍ସ ଓ ବାଲାଟ କାଗଜ ନେଇଯିବା ପାଇଁ ପ୍ରୟାସ କରିଥିଲେ। ଏହାସହ ନିୟୋଜିତ ହୋଇଥିବା ମହିଳା ମାନଙ୍କ ପ୍ରତି ଦୁବ୍ୟବହାର କରିଥିବା ବିଶ୍ୱବିଦ୍ୟାଳୟ ନିର୍ବାଚନ ସମିତି କହିଛି। ତେବେ ସମସ୍ତ କାଉନସିଲର ପଦରେ ହାରିବା କଥା ଶୁଣି ଏଭଳି କରିଥିବା ବାମପନ୍ଥୀ ସଂଗଠନ ଅଭିଯୋଗ କରିଛନ୍ତି।ଶୁକ୍ରବାର ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏହି ନିର୍ବାଚନରେ ୬୮ପ୍ରତିଶତ ଛାତ୍ରଛାତ୍ରୀ ଭୋଟଦାନ କରିଥିଲେ। ନିର୍ବାଚନ ସମିତି ମୁଖ୍ୟ ଅଧିକାରୀ ହିମାଶୁଂ କୁଲଶ୍ରେଷ୍ଠଙ୍କ ମତରେ କିଛି ବର୍ଷ ହେବ ୬୦ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ହୋଇନଥିଲା। କିନ୍ତୁ ଚଳିତ ବର୍ଷ ୬୮ ପ୍ରତିଶତ ଭୋଟ ହୋଇଛି।

Leave A Reply