୫୦୧ଟଙ୍କା ନୁହେଁ ୧,୦୯୫ଟଙ୍କାରେ ମିଳିବ ଜିଓ ଫୋନ

0

ଜିଓର ମନସୁନ ଅଫରର ଶୁୁଭାରମ୍ଭ ଶୁକ୍ରବାର ସନ୍ଧ୍ୟା ୫.୦୧ରେ କରାଯାଇଛି।
ମନସୁନ ଅଫର ଅନୁସାରେ ଏବେ ଆପଣ ୫୦୧ଟଙ୍କା ବଦଳରେ ୧,୦୯୫ଟଙ୍କାରେ ଜିଓ ଫୋନ କିଣିପାରିବେ। ପ୍ରଥମେ ଜିଓ କମ୍ପାନୀ ତାର ଅଫର ଅନୁସାରେ ମାତ୍ର୫୦୧ଟଙ୍କାରେ ଜିଓ ଫୋନ ଦେଉଥିଲା, କିନ୍ତୁ ଏବେ କମ୍ପାନୀକୁ ଆପଣ କିଛି ପୁରୁଣା ଫିଚର ଫୋନ ସହିତ ୧,୦୯୫ଟଙ୍କା ଦେଲେ ପୂର୍ବ ବର୍ଷ ୧,୫୦୦ଟଙ୍କାରେ ଉପଲବ୍ଧ ହେଉଥିବା ଫୋନ ପାଇପାରିବେ। ଯେଉଁଥିରେ ୫୦୧ଟଙ୍କାର ଫୋନ ପାଇଁ ଆପଣଙ୍କୁ ଆଉଁ ଅଧିକ ୫୯୪ଟଙ୍କା ଦେବାକୁ ପଡିବ। ଏହି ଯୋଜନା ଅନୁସାରେ କମ୍ପାନୀ ସହ ଆପଣ ଅତିକମରେ ୬ମାସ ରହିବେ। ୬ମାସ ପରେ ଅନ୍ୟ ଯେକୌଣସି କମ୍ପାନୀର ସିମ୍‍ ଆପଣ ଫୋନରେ ବ୍ୟବହାର କରିପାରିବେ।
୫୯୪ଟଙ୍କାର ଯୋଜନା ଅନୁସାରେ ଆପଣଙ୍କୁ ୬ମାସ ପାଇଁ ଅନଲିମିଟେଡ ଡାଟା ସହ ଅନଲିମିଟେଡ କଲର ଅଫର ମିଳିବ। ଏହି ଯୋଜନାରେ ଆପଣଙ୍କୁ ୯୦ଜିବିର ଡାଟା ମିଳିବ ଯେଉଁଥିରେ ୧୦୧ଟଙ୍କାର ୬ଜିବି ଡାଟା ସାମିଲ ରହିବ, ଏମିତିବି ଆପଣଙ୍କୁ ୧୦୧ଟଙ୍କା ଦେବାକୁ ପଡିବନି, କମ୍ପାନୀର କହିବା ଅନୁସାରେ ତିନିବର୍ଷ ପରେ ଆପଣଙ୍କୁ ୫୦୧ଟଙ୍କା ଫେରସ୍ତ ଦିଆଯିବ।ଏହିପରି ଭାବରେ ଆପଣ ଜିଓ ଫୋନ ୫୯୪ଟଙ୍କାରେ ପାଇପାରିବେ।
ପୁରୁଣା ଫୋନ ସହିତ ଆଧାର କାର୍ଡ, ବ୍ୟାଟେରୀ ଏବଂ ଚାର୍ଜର ଦେବାକୁ ପଡିବ
ଯଦି ଆପଣ ୫୦୧ଟଙ୍କା ଦେଇ ଜିଓ ଫୋନ କିଣିବାର ଅଛି ତେବେ ଆପଣଙ୍କୁ ପୁରୁଣା ଫୋନକୁ ଚାଲୁଥିବା ଅବସ୍ଥାରେ ଦେବାକୁ ପଡିବ। ଏହା ସହିତ ଫୋନର ବ୍ୟାଟେରୀ ଏବଂ ଚାର୍ଜର ଦେବାକୁ ପଡିବ ଏବଂ ଫୋନ କିଣିବା ପାଇଁ ଆପଣଙ୍କୁ ଆଧାର କାର୍ଡ ନେଇ ଯିବାକୁ ପଡିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି।

Leave A Reply