ଝୁଲଣ ଗୋସ୍ୱାମୀଙ୍କ ସମ୍ମାନାର୍ଥେ ଡାକଟିକଟ

0

କଲକାତା  : ଭାରତୀୟ ଡାକତାର ବିଭାଗ ପକ୍ଷରୁ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଉନ୍ମୋଚିତ ହୋଇଯାଇଛି। ଶୁକ୍ରବାର କଲକାତା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବରେ ଆୟୋଜିତ ଉତ୍ସବରେ ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଡାକଟିକଟ ଉନ୍ମୋଚନ କରିଛନ୍ତି। ଏହି ଡାକଟିକଟର ବାମପାର୍ଶ୍ବରେ ଝୁଲଣ ଗୋସ୍ୱାମୀଙ୍କ ଫଟୋ ରହିଥିବାବେଳେ ଡାହାଣ ପାର୍ଶ୍ବରେ କଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲର ଫଟୋକୁ ସ୍ଥାନିତ କରାଯାଇଛି। ଦିନିକିଆ ଫର୍ମାଟରେ ୨୦୦ ୱିକେଟ ଅକ୍ତିଆର କରିବାରେ ଝୁଲଣ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା କ୍ରିକେଟର। ଚଳିତବର୍ଷ ଫେବୃଆରୀରେ କିମ୍ବର୍ଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଖେଳାଳି ଲରା ଉଲଭାର୍ଟଙ୍କୁ ଆଉଟ କରି ଝୁଲଣ ଏହି ଫର୍ମାଟରେ ୨୦୦ତମ ୱିକେଟ ଅକ୍ତିଆର କରି ରେକର୍ଡ ସୃଷ୍ଟି କରିଥିଲେ। ୩୫ ବର୍ଷୀୟା ଝୁଲଣ ୨୦୦୭ରେ ‘ଆଇସିସି ପ୍ଲେୟାର ଅଫ୍‍ ଦି ଇୟର’ ବିବେଚିତ ହୋଇଥିଲେ। ଝୁଲଣ ୨୦୦୨ରୁ ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୬୦ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳି ଯଥାକ୍ରମେ ୪୦, ୨୦୦ ଓ ୫୦ଟି ୱିକେଟ ଅକ୍ତିଆର କରିଛନ୍ତି।

Leave A Reply