ବିଜେଡ଼ି ମହିଳାଙ୍କୁ ସୁଯୋଗ ଦେଲେ ମୁଁ ସମର୍ଥନ କରିବି: ଅନୁପ ସାଏ

0

ଝାରସୁଗୁଡ଼ା : ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ଲଢ଼ିବାକୁ ସୂଯୋଗ ଦେବାକୁ ମନସ୍ଥ କରିଛି । ଏହି ପରିପେକ୍ଷୀରେ ବ୍ରଜରାଜନଗରରୁ ଜଣେ ମହିଳାଙ୍କୁ ବିଜେଡ଼ି ଟିକଟ ଦେଲେ ମୁଁ ପୂର୍ଣ୍ଣ ରୂପରେ ସହଯୋଗ କରିବି ବୋଲି ପୂର୍ବତନ ବିଧାୟକ ଅନୁପ ସାଏ ଗଣମାଧ୍ୟମକୁ କହଛନ୍ତି । ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବନ୍ଦବାହାଲରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପଚାରିବାରୁ ସେ କହିଥିଲେ ଯେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଜଣେ ମହିଳା ବିଧାୟିକା ଥିବାରୁ ସେ ଖୁସି ଆଛନ୍ତି । ନବୀନ ପଟ୍ଟନାୟକ ଯଦି ଆସନ୍ତା ନିର୍ବାଚନରେ ବ୍ରଜରାଜନଗରରୁ ଜଣେ ମହିଳାଙ୍କୁ ଦଳରୁ ଟିକଟ ଦେବେ ତେବେ ଏହାକୁ ମୁଁ ପୂର୍ଣ୍ଣ ରୂପରେ ସ୍ୱାଗତ ଓ ସମର୍ଥନ କରିବି ବୋଲି ଅନୁପ ସାଏ କହିଛନ୍ତି । ଅନୁପ ସାଏଙ୍କ ଏହି ବକ୍ତବ୍ୟ ପରେ ବ୍ରଜରାଜନଗରେ ରାଜନୀତି ପୁଣିଥରେ ସରଗରମ ହୋଇ ପଡ଼ିଛି । ବ୍ରଜରାଜନଗର ବିଜେଡ଼ିରେ କିଛିଦିନ ହେବ ଅନୁପ ସାଏଙ୍କୁ ବରୋଧର ସାମ୍ନା କରିବାକୁ ପଡୁଛି । ଏହା ସହିତ ଅନେକ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ସରପଞ୍ଚ ସଂଘ ମଧ୍ୟ ତାଙ୍କ ମନ ମୁତାବକ ପ୍ରାର୍ଥୀ ନଦେଲେ ସେମାନେ ବ୍ରଜରାଜନଗରରୁ ପ୍ରାର୍ଥୀ ଦେବେ ବୋଲି କହି ସାରିଛନ୍ତି । ଏମିତିରେ ବ୍ରଜରାଜନଗରରୁ ଜଣେ ମହିଳାଙ୍କୁ ବିଜେଡ଼ି ଟକଟ ଦେଲେ ଏହାର ସମାଧନ ହେବା ସହିତ ଅନେକ ଆଶାୟୀଙ୍କ ଆଶା ମଉଳି ଯିବାର ସମ୍ଭାବନା ରହିଛି ।

Leave A Reply