ଝାଡ଼ଖଣ୍ଡରେ ମହାମେଣ୍ଟର ଆସନ ଭାଗବଣ୍ଟା ଚୂଡ଼ାନ୍ତ

0

ରାଞ୍ଚି : ଝାଡ଼ଖଣ୍ଡରେ ଲୋକସଭା ନିର୍ବାଚନ ପାଇଁ ମହାମେଣ୍ଟର ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଛି। ଏଥିରେ କଂଗ୍ରେସ ସର୍ବାଧିକ ୭ଟି ଲୋକସଭା ଆସନ, ଜେଏମଏମ ୪ଟି, ଜେଭିଏମ ୨ଟି ଏବଂ ଆରଜେଡି ଗୋଟିଏ ଆସନରେ ନିର୍ବାଚନ ଲଢିବେ ବୋଲି ଚୂଡାନ୍ତ ହୋଇଛି। ତେବେ ବାମଦଳଙ୍କୁ ନେଇ ଆସନ ଘୋଷଣା କରାଯାଇ ନାହିଁ। ଆରଜେଡି ୨ଟି ଆସନ ମାଗି ଆସୁଥିବାବେଳେ ତାକୁ ମାତ୍ର ଗୋଟିଏ ଆସନ ଦିଆଯାଇଛି। ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନଙ୍କ ଆବାସରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର, ହେମନ୍ତ ସୋରେନ ଏବଂ ବାବୁଲାଲ ମାରାଣ୍ଡି ଆସନ ଭାଗବଣ୍ଟାର ଘୋଷଣା କରିଥିଲେ। ତେବେ ଆରଜେଡି ଏହି ସମ୍ମିଳନୀରେ ଭାଗ ନେଇନଥିଲା। କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ଲୋକସଭା ନିର୍ବାଚନ ଲଢିବ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଘୋଷଣା କରିିଛନ୍ତି। ସେହିପରି ଜେଏମ୍‍ଏମ୍‍ ନେତୃତ୍ୱରେ ମହାମେଣ୍ଟ ବିଧାନସଭା ନିର୍ବାଚନ ଲଢିବ ବୋଲି କୁହାଯାଇଛି।

Leave A Reply