‘ବେପନାହ’କୁ ନେଇ ଉତ୍ସାହିତ ଜେନିଫର

0

ପୁଣି ଏକ ନୂଆ ଶୋ’କୁ ନେଇ ଦର୍ଶକମାନଙ୍କ ପାଖକୁ ଆସୁଛନ୍ତି ଜେନିଫର ୱିଙ୍ଗେଟ୍‌। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏହି ଶୋ’ ‘ବେପନାହ’କୁ ନେଇ ଜେନି ଖୁବ୍‌ ଉତ୍ସାହିତ। ତାଙ୍କ ଅଭିନୀତ ପୂର୍ବ ଧାରାବାହିକ ‘ବେହଦ୍‌’ରୁ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ବେଳେ ଏବେ ନୂଆ ଧାରାବାହିକରୁ ସେପରି ସଫଳତା ସେ ଆଶା କରିଛନ୍ତି। ମାତ୍ର ୧୨ବର୍ଷ ବୟସରେ ଶିଶୁ କଳାକାର ଭାବେ ଅଭିନୟ ଜଗତକୁ ସେ ପ୍ରବେଶ କରିଥିଲେ। ଏକତା କପୁର, ଭଁସାଲିଙ୍କ ପରି ନିର୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇ ଅଭିନୟ କ୍ଷେତ୍ରରେ ବହୁତ କିଛି ଶିଖିପାରିଛନ୍ତି ବୋଲି ଜେନିଫର କହନ୍ତି।

Leave A Reply