ଜମାତ-ଏ-ଇସଲାମିର ୭୦ ଆକାଉଣ୍ଟ ସିଲ୍‌, ୫୨ କୋଟି ଟଙ୍କା ଫ୍ରିଜ କଲେ ସରକାର

0

ଜାମ୍ମୁ: ଜମାତ-ଏ-ଇସ୍‍ଲାମୀ ଜମ୍ମୁ-କାଶ୍ମୀର ଗୋଷ୍ଠୀ ଉପରେ କେନ୍ଦ୍ର ସରକାର ନିଷେଧାଜ୍ଞା ଜାରି କରିବା ପରେ ରାଜ୍ୟ ସରକାର ଏହି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଶ୍ରୀନଗରର ବିଭିନ୍ନ ବ୍ୟାଙ୍କରେ ଥିବା ସଂଗଠନର ୭୦ରୁ ଅଧିକ ଆକାଉଣ୍ଟକୁ ସିଲ କରିଦିଆଯାଇଛି। ଏଥିସହ ସରକାର ଜମାତ-ଏ-ଇସଲାମିର ବିଭିନ୍ନ ପାଣ୍ଠିରୁ ୫୨ କୋଟି ଟଙ୍କାକୁ ଫ୍ରିଜ କରିଦେଇଛନ୍ତି। ଏହା ସହିତ ସରକାର ସଂଗଠନର ସମ୍ପତ୍ତିଗୁଡ଼ିକୁ ଠାବ କରି ଆଟାଚ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଜମାତର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଉଛି।

ସୂଚନାଯୋଗ୍ୟ, ଏହି ସଙ୍ଗଠନ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖିଥିବାରୁ ଏହା ଉପରେ କେନ୍ଦ୍ର ସରକାର ନିଷେଧାଜ୍ଞା ଲାଗୁ କରିଛନ୍ତି।

Leave A Reply