୨୨ ବର୍ଷ ପରେ ବଜାରକୁ ଆସିଲା ଜାୱାର ଦୁଇ ନୂଆ ବାଇକ

0

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡକୁ ଟକ୍କର ଦେବା ପାଇଁ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଜାୱା ନିଜର ନୂଆ ମୋଟର ସାଇକେଲ ଲଞ୍ଚ କରିଛି। କମ୍ପାନୀ ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୨୨ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି। ଏହି ବାଇକର ମୂଲ୍ୟ କମ୍ପାନୀ ୧.୬୪ ଲକ୍ଷ ଟଙ୍କା ରଖିଛି।
ଜାୱା ୨୯୩ସିସି ଓ ୩୩୪ ସିସି ନାମକ ଦୁଇଟି ନୂଆ ମଡେଲ ବାଇକର ବଜାର ପ୍ରବେଶ କରାଇଛି। ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ଏହି ବାଇକ ଲୋକମାନଙ୍କୁ ଆକୃଷ୍ଟ କରିବେ ବୋଲି କମ୍ପାନୀ ଆଶା କରିଛି। ଏହି ବାଇକକୁ ବୁକିଂ କରିବା ପାଇଁ ଗ୍ରାହକମାନେ କମ୍ପାନୀ ୱେବସାଇଟ୍‍ରେ ବୁକିଂ କରିପାରିବେ। ମଧ୍ୟପ୍ରଦେଶର ପିତମପୁରରେ ଏହାର ନିର୍ମାଣ କାରଖାନା ରହିଛି।
ଜାୱାର ଏହି ବାଇକ୍‍ ବଜାରରେ ରୟାଲ ଏନଫିଲ୍ଟ କ୍ଲାସିକ ୩୫୦କୁ ପ୍ରତିଯୋଗୀତା କରିବ। ୭୦ ଦଶକର ଆକାରରେ ଏହି ବାଇକକୁ ନିର୍ମାଣ କରାଯାଇଛି। ଏକ ସମୟରେ ଜାୱା ନିଜର ନାମ ସମଗ୍ର ବିଶ୍ୱରେ ନାମ ପ୍ରତିଷ୍ଠା କରିଥିଲା।

Leave A Reply