ସାଧାରଣତନ୍ତ୍ର ଦିବସ : ଐତିହାସିକ ସ୍ମୃତିରେ ସାରା ଦେଶ ପାଳନ କରୁଛି ଏହି ସମାରୋହ

0

ମାତୃଭୂମିର ସମ୍ମାନ ଓ ସ୍ୱାଧୀନତା ପାଇଁ ହଜାର ହଜାର ସଂଖ୍ୟକ ବୀର ନିଜ ଜୀବନ ଉତ୍ସର୍ଗ କରିଥିଲେ। ଦେଶଭକ୍ତମାନଙ୍କ ଗାଥାରେ ଭାରତୀୟ ଇତିହାସର ପୃଷ୍ଠା ଭରି ରହିଛି। ଏହିପରି ମହାନ ଦେଶଭକ୍ତଙ୍କ ତ୍ୟାଗ ଓ ବଳିଦାନର ପରିଣାମ ସ୍ୱରୂପ ଆମ ଦେଶ ଆଜି ଗଣତାନ୍ତ୍ରିକ ଦେଶ ହୋଇପାରିଛି।

୧୯୫୦ ମସିହା ଜାନୁଆରୀ୨୬ ତାରିଖରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେହିଦିନ ଠାରୁ ପ୍ରତ୍ୟେକବର୍ଷ ୨୬ ଜାନୁଆରୀରେ ଭାରତରେ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଭାରତରେ ପାଳନ କରାଯାଉଥିବା ତିନିଟି ରାଷ୍ଟ୍ରୀୟ ଛୁଟି ମଧ୍ୟରୁ ସାଧାରଣତନ୍ତ୍ର ଦିବସ ଗୋଟିଏ। ଏହିଦିନ ନୂଆଦିଲ୍ଲୀରେ ବିଶେଷ ପ୍ୟାରେଡ଼ର ଆୟୋଜନ କରାଯାଇଥାଏ। ରାଷ୍ଟ୍ରପତି ପ୍ୟାରେଡ଼ର ସଲାମୀ ଗ୍ରହଣ କରିଥାଆନ୍ତି। ରାଜପଥରେ ଦେଶର ସାଂସ୍କୃତିକ ଓ ସାମରୀକ ଶକ୍ତି ପ୍ରଦର୍ଶନ କରାଯାଏ। ଭାରତୀୟ ସେନାର ତିନୋଟି ଯାକ ଶାଖା ଏଥିରେ ଭାଗ ନେଇଥାଆନ୍ତି। ବିଭିନ୍ନ ପ୍ରଜ୍ଞାପନ ମେଢର ପ୍ରଦର୍ଶନ କରାଯାଇଥାଏ। ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ଜାତୀୟ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ସ୍କୁଲ ଓ କଲେଜ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ, ଖେଳକୁଦ ଓ ପ୍ରତିଯୋଗୀତା ମଧ୍ୟ ଆୟୋଜିତ ହୋଇଥାଏ ଓ ବିଜେତା ମାନଙ୍କୁ ସମ୍ମାନିତ କରାଯାଇଥାଏ।

 

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply