‘ରୁହ୍-ଆଫଜା’ରେ ରାଜକୁମାରଙ୍କ ସହ ଜାହ୍ନବୀ

0

ମୁମ୍ବଇ : ‘ଧଡ଼କ’ ରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଖୁବଶୀଘ୍ର ରାଜକୁମାର ରାଓଙ୍କ ସହ ପରଦାରେ ଦେଖିବାକୁ ମିଳିବ। ପ୍ରଯୋଜକ ଦିନେଶ ବିଜାନଙ୍କ ଆଗାମୀ ଚଳଚ୍ଚିତ୍ର ‘ରୁହ୍-ଆଫଜା’ରେ ଜାହ୍ନବୀ, ରାଜକୁମାର ରାଓ ଏବଂ ବରୁଣ ଶର୍ମା ଏକାଠି ନଜର ଆସିବେ। ଏହା ଏକ ହରର୍-କମେଡ଼ି ଭିତ୍ତିକ ଚଳଚ୍ଚିତ୍ର। ମିଳିଥିବା ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରରେ ଜାହ୍ନବୀ ଦୁଇଟି ଭୂମିକା(ରୁହୀ ଓ ଅଫସାନା)ରେ ଅଭିନୟ କରିବେ। ଖବର ଅନୁଯାୟୀ, ଚଳଚ୍ଚିତ୍ର ଶୁଟିଂ ଚଳିତ ବର୍ଷ ଜୁନ୍ ମାସରୁ ଆରମ୍ଭ ହେବ। ହାର୍ଦିକ ମେହତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବ।

ଉଲ୍ଲେଖଯୋଗ୍ୟ, ‘ଧଡ଼କ’ର ସଫଳତା ପରେ ଜାହ୍ନବୀଙ୍କ ହାତରେ ଏବେ ଅନେକ ଚଳଚ୍ଚିତ୍ରର ଅଫର ରହିଛି। ‘ରୁହ୍-ଆଫଜା’ ବ୍ୟତୀତ ତାଙ୍କୁ ‘ତଖତ’ ଓ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ମଧ୍ୟ ଦେଖିବାକୁ ମିଳିବ।

Leave A Reply