ରାଜ୍ୟରେ ୭୦ ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ

0

ଭୁବନେଶ୍ୱର ..-  ସାରା ରାଜ୍ୟରେ  ୭୦ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି ।  ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍‌ରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀଲାଲ୍‌ ପତାକା ଉତ୍ତୋଳନ କରିବା ସହ ପରେ଼ଡ୍‌ର ଅଭିବାଦନ ଗ୍ରହଣ କରିଥିଲେ । ରାଜଧାନୀର ଗାନ୍ଧୀ ମାର୍ଗରେ ପରେଡ୍‌ର ଆୟୋଜନ କରାଯାଇଥିଲା । ଏହି ଅବସରରେ ସୁରକ୍ଷା ପାଇଁ ୩୧ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ କରାଯାଇଥିଲେ ।

ପୁଲିସ୍‌, ଅଗ୍ନିଶମ ବିଭାଗ,  ଏନସିସ୍‌, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଅବସରରେ ପରେଡ୍‌ ପ୍ରଦର୍ଶନ କରିଥିଲେ । ଏହା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ  ପ୍ରଦର୍ଶନ କରାଯାଇଥିଲା ।

କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ୍‌ଜୁଟ୍‌ ହୋଇ ମାଟି  ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।  କାଳିଆ ଯୋଜନାକୁ ଚାଷୀମାନେ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply