ଅଖନୁରରେ ପାକିସ୍ତାନ ସେନା ଶିବିର ଧ୍ୱଂସ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ଅଖନୁର ସେକ୍ଟରରେ ରବିବାର ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଅଖନୁର ସେକ୍ଟରରେ ଗୁପ୍ତ ଭାବେ ପ୍ରତିଷ୍ଠା କରଯାଇଥିବା ପାକିସ୍ତାନ ସେନା ଶିବିରକୁ ଭାରତୀୟ ସେନା ଧ୍ୱଂସ କରିଦେଇଛି। ରବିବାର ସେନା ଏହାର ପ୍ରମାଣ ସ୍ୱରୁପ ଏକ ଭିଡ଼ିଓ ଜାରି କରିଛି। ଭିଡ଼ିଓରେ ପାକିସ୍ତାନର ସେନା ଶିବିର ଥିବା ସ୍ଥାନକୁ ଦେଖାଯାଇଛି। ସେଠାରେ ପାକିସ୍ତାନ ସେନାର ପତାକା ଦେଖିବାକୁ ମିଳୁଛି।
ଅପରପକ୍ଷରେ ପାକିସ୍ତାନ ସେନା ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ଏଥିରେ ଭାତରୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।

Leave A Reply