ଈଶାନ୍‌ଙ୍କ ସାର୍ଟର କାହାଣୀ

0

ଧଡ଼କ ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଚରିତ୍ର ଜାହ୍ନବୀ କପୁର ଓ ଈଶାନ୍ ଖଟ୍ଟରଙ୍କୁ ନେଇ ଏ ପର୍ଯ୍ୟନ୍ତ ଚର୍ଚ୍ଚା ଥମିନାହିଁ। ନିକଟରେ ଈଶାନ୍‌ଙ୍କ ସମ୍ପର୍କିତ ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ଗୀତର ଦୃଶ୍ୟରେ ଈଶାନ୍ ଲାଲ ରଙ୍ଗର ସାର୍ଟ ପିନ୍ଧିଛନ୍ତି। ନିର୍ଦେଶକ ଶଶାଙ୍କ ଏହି ଲାଲ ସାର୍ଟ ପାଇଁ ପୂରା ରାଜସ୍ଥାନ ଘୂରି ଆସିଥିଲେ ହେଲେ ନାୟକଙ୍କ ପାଇଁ ମନଲାଖି ପୋଷାକ ପାଇନଥିଲେ। ଶେଷରେ ୟୁନିଟ୍ ସଦସ୍ୟଙ୍କ ପରାମର୍ଶରେ ୪ଟି ଲେହେଙ୍ଗା କପଡ଼ାକୁ ବ୍ୟବହାର କରାଯାଇ ଈଶାନ୍‌ଙ୍କ ସାର୍ଟ ତିଆରି କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ ମଧ୍ୟ ସାର୍ଟ ପିନ୍ଧିବାକୁ ରାଜି ହୋଇନଥିଲେ। କାରଣ ଜାହ୍ନବୀ ଓ ଅନ୍ୟ କେତେଜଣ ତାଙ୍କୁ ସେଟ୍‌ରେ ଝିଅ ପିଲା ପୋଷାକ ପିନ୍ଧୁଥିବାର କହି ଚିଡ଼ାଇଥିଲେ। ଶଶାଙ୍କର କଡ଼ା ନିର୍ଦେଶ ସମ୍ମୁଖରେ ଶେଷରେ ଈଶାନ୍ ନତମସ୍ତକ ହୋଇ ସାର୍ଟ ପିନ୍ଧି ସୁଟିଂ ଶେଷ କରିଥିଲେ।

Leave A Reply