ଅଟକିଛି ‘ଗ୍ୟାଙ୍ଗଷ୍ଟାର’ର ସୁଟିଂ

0

ମୁମ୍ବଇ:ବିଶାଲ ଭରଦ୍ୱାଜଙ୍କ ନିର୍ଦେଶନାରେ ନିର୍ମିତ ହେଉଥିବା ‘ଗ୍ୟଙ୍ଗଷ୍ଟାର’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଇର୍ଫାନ ଖାନ ଅସୁସ୍ଥ ହେବା ପରେ ଚଳଚ୍ଚିତ୍ର ସୁଟିଂ ଅଧାରୁ ଅଟକି ରହିଛି। ଫଳରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ ଆଉ କୌଣସି ଚଳଚ୍ଚିତ୍ର ସ୍ୱାକ୍ଷର ନକରି ସୁଟିଂ ଆରମ୍ଭ ପାଇଁ ଅପେକ୍ଷାରେ ରହିଛନ୍ତି। ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ସଞ୍ଜୟଲିଳା ଭଂଶାଲୀ ନିର୍ଦେଶନାରେ ଦୀପିକା ପାଦୁକୋନ ଅଭିନୀତ ଚଳଚ୍ଚିତ୍ର ପଦ୍ମାବତ ଜବରଦସ୍ତ ହିଟ ହେବାସହ ୫୦୦କୋଟି ଟଙ୍କାର ବ୍ୟବସାୟ କରିଥିଲା। ପଦ୍ମାବତ ପରେ ଦୀପିକା ଆଉ କୌଣଷି ଚଳଚ୍ଚିତ୍ର ସ୍ୱାକ୍ଷର କରିନାହାନ୍ତି। ଗ୍ୟାଙ୍ଗଷ୍ଟାର ସୁଟିଂ ଶେଷ ହେଲେ ହିଁ ତାଙ୍କୁ ଅନ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

Leave A Reply