ଭାବ ଭରା ଟ୍ୱିଟ୍‍ ସହ ନିଜ ରୋଗାଗ୍ରସ୍ତ ଫଟୋ ଦେଲେ ଇରଫାନ

0

ଖୁବ୍‍ କ୍ୱଚିତ୍‍ ଲୋକଙ୍କୁ ହେଉଥିବା ଏକ ପ୍ରାଣଘାତି ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ଼ର ପ୍ରଖ୍ୟାତ ଅଭିନେତା ଇରଫାନ ଖାନ ଚଳିତ ଦିନରେ ଲଣ୍ଡନରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହା ଇରଫାନ ଏକ ଟ୍ୱିଟ୍‍ ମାଧ୍ୟମରେ କହିଛନ୍ତି।

ଟ୍ୱିଟ୍‍ରେ ସେ ଲେଖିଛନ୍ତି ଯେ, “ଜୀବନରେ ହଠାତ୍‍ ଏପରି କିଛି ଘଟଣା ଘଟିଥାଏ ଯାହା ଆପଣଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। ମୋ ଜୀବନରେ ମଧ୍ୟ ସେହିପରି କିଛି ଘଟିଛି। ମୋତେ ନ୍ୟୁରୋଇଣ୍ଡୋକ୍ରାଇନ୍‍ ଟ୍ୟୁମର ନାମକ ପ୍ରାଣଘାତି ରୋଗ ହୋଇଛି, ହେଲେ ମୋ ଶୁଭଚିନ୍ତକ ମାନଙ୍କ ଭଲପାଇବା ମୋତେ ଶକ୍ତି ଯୋଗାଇ ବଞ୍ଚିବାର ନୂଆ ଆଶା ସୃଷ୍ଟି କରିଛି।”

ପୁଣିଥରେ ଇରଫାନ ତାଙ୍କର ଏକ ନୂଆ ଫଟୋ ଟ୍ୱିଟର୍‍ ପ୍ରୋଫାଇଲରେ ଦେଇଛନ୍ତି। ଏହି ଫଟୋରେ ତାଙ୍କ ଓଜନ ପୂର୍ବ ଅପେକ୍ଷା କମିଯାଇଥିବା ଦେଖାଯାଇଛି। କିଛିଦିନ ତଳେ ଏକ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା ଯେ ସେ ମୁମ୍ବାଇ କେବେ ପ୍ରତ୍ୟାବର୍ତ୍ତନ କରିବେ। ଉତ୍ତରରେ ସେ କହିଥିଲେ ମୋତେ ଜଣାନାହିଁ ମୁଁ କେବେ ଫେରିବି। ସମ୍ପୂର୍ଣ୍ଣ ଭାବେ ଠିକ୍‍ ହେଲାପରେ ହିଁ ଫେରିବି।

ଇରଫାନ ତାଙ୍କ ଦର୍ଶକ ଓ ପ୍ରଶଂସକମାନଙ୍କୁ ଲଣ୍ଡନରେ ରହିଥିବା ସ୍ଥାନ ବିଷୟରେ କହିବାକୁ ଯାଇ ଲେଖିଛନ୍ତି, ମୁଁ ଥିବା ଡ଼ାକ୍ତରଖାନାର ବାଲ୍‍କୋନୀରେ ବାହାରର ଦୃଶ୍ୟ ଦେଖିପାରୁଛି। ଏଠାରେ ଭିଭିଆନ୍‍ ରିଚାର୍ଡ଼ସଙ୍କର ହସୁଥିବା ଫଟୋ ଲାଗିଛି।” ଇରଫାନ ପୁଣି ଲେଖିଛନ୍ତି, “ମୋ ରୋଗ ବିଷୟରେ ଜାଣିବା ପରେ ବହୁତ ଲୋକ ମୋ ପାଇଁ ପ୍ରାର୍ଥନା କରୁଛନ୍ତି, ଏପରିକି ଯେଉଁମାନେ ମୋତେ ଜାଣନ୍ତି ନାହିଁ ସେମାନେ ମଧ୍ୟ ମୋ ପାଇଁ ଆଶୀର୍ବାଦ କାମନା କରିଛନ୍ତି। ସମସ୍ତଙ୍କ ମଙ୍ଗଳ କାମନା ଓ ଆଶୀର୍ବାଦ ମୋ ଶରୀରରେ ଅଦ୍ଭୁତ ଶକ୍ତି ଭଳି କ୍ରିୟା କରୁଛି।” ଇରଫାନଙ୍କର ଆଗାମୀ ଚଳଚ୍ଚିତ୍ର “କାରୱାଁ” ଖୁବ୍‍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।

Leave A Reply