ପାକିସ୍ତାନକୁ ଇରାନର ପରାମର୍ଶ ; ଆତଙ୍କବାଦୀଙ୍କୁ ଦମନ କର

0

ତେହରାନ: ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଇରାନ ରାଷ୍ଟ୍ରପତି ହାସନ ରୌହାନି ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଫୋନରେ କଥାବାର୍ତ୍ତା କାଳରେ ରୌହାନି ଏହି ପରାମର୍ଶ ଦେଇଛନ୍ତି। ଇରାନ ସୁରକ୍ଷାବାହିନୀଙ୍କ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣର ଏକ ମାସ ପରେ ଇରାନ ଏପରି ପରାମର୍ଶ ଦେଇଛନ୍ତି। ଫେବୃଆରୀ ୧୩ରେ ଇରାନର ଦକ୍ଷିଣପୂର୍ବକ ସିସସ୍ଥାନ ପ୍ରଦେଶରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୭ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ସୁନ୍ନି ଜେହାଦୀ ସଂଗଠନ ଜୈସ-ଅଲ-ଆଡିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଇରାନ ଅଭିଯୋଗ କରିଛି ଯେ ପାକିସ୍ତାନ ସେନା ଓ ଗୁଇନ୍ଦା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି। ଏଥିପାଇଁ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଇରାନ ସମନ ଜାରି ପୂର୍ବକ ଅଭିଯୋଗ ଜଣାଇଥିଲା। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ନେଇ ଭାରତ, ଆମେରିକା, ଇସ୍ରାଏଲ ଓ ସାଉଦି ଆରବର ଅଭିଯୋଗକୁ ଇରାନ ସମର୍ଥନ କରିଛି।

Leave A Reply