ମାଗଣାରେ ମ୍ୟାଚ ଦେଖିବେ ରାଜଧାନୀବାସୀ

0

ଭୁବନେଶ୍ୱର: କିଟ୍‌ ଷ୍ଟାଡ଼ିୟମରେ ଆଜି ରାତିରେ ରାଜଧାନୀବାସୀ ମାନେ ମାଗଣାରେ ଆଇପିଏଲ୍‌ ମ୍ୟାଚ ଦେଖିପାରିବେ । ଆଜି ରାତିରେ ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚକୁ କିଟ୍‌ ଷ୍ଟାଡ଼ିୟମରେ ବଡ଼ ସ୍କ୍ରିନ୍‌ରେ ଦେଖିପାରିବେ । ବିସିସିଆଇ ଆଇପିଏଲ ପକ୍ଷରୁ ଏହି ଫ୍ୟାନ୍‌ପାର୍କର ଆୟୋଜନ କରାଯାଇଛି । ଦର୍ଶକମାନେ ମାଗଣାରେ ମ୍ୟାଚ ଦେଖିବା ସହ ପୁରସ୍କାର ମଧ୍ୟ ଜିତି ପାରିବେ ବୋଲି ଆଇପିଏଲ ଫ୍ୟାନ୍‌ପାର୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଆଜି ସନ୍ଧ୍ୟା ୭ଟାରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ପ୍ରଥମେ ପ୍ଲେ ଅଫ୍‌ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବିଜୟୀ ଟିମ୍‌ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ ।

Leave A Reply