ଆଇଫୋନ୍‍ ଢାଞ୍ଚା ନକଲ: ସ୍ୟାମସଙ୍ଗକୁ ୩୬୦୦ କୋଟି ଜୋରିମାନା

0

ୱାଶିଂଟନ : ଆମେରିକାର ଏକ କୋର୍ଟ ଆପଲ ଆଇଫୋନ୍‍ ଡିଜାଇନ୍‍ ନକଲ କରିବା ମାମଲାରେ ଅଗ୍ରଣୀ ମୋବାଇଲ ଫୋନ୍‍ କମ୍ପାନୀ ସ୍ୟାମସଙ୍ଗ ଉପରେ ୩୬୦୦ କୋଟି ଟଙ୍କାର ଜୋରିମାନା ଲଗାଇଛି। ଏହାସହ ପେଟେଣ୍ଟ ନିୟମ ଉଲ୍ଲଙ୍ଘନ କରିଥିବାରୁ କୋର୍ଟ ପୃଥକ ଭାବେ ୩୪ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସ୍ୟାମସଙ୍ଗକୁ ନିର୍ଦେଶ ଦେଇଛି। ସ୍ୟାମସଙ୍ଗ କମ୍ପାନୀ ଜୋରିମାନା ଅର୍ଥ ଆପଲକୁ ପ୍ରଦାନ କରିବ। ଉଲ୍ଲେଖ ଯେ ୭ ବର୍ଷ ତଳେ ଆମେରିକାର ଆପଲ କମ୍ପାନୀ ଦକ୍ଷିଣ କୋରିଆ ମୋବାଇଲ ଫୋନ୍‍ କମ୍ପାନୀ ସ୍ୟାମସଙ୍କ ବିରୋଧରେ ଆଇଫୋନ୍‍ ଡିଜାଇନ ବା ଢାଞ୍ଚା ଚୋରି ଭିଯୋଗ ଆଣିଥିଲା। କାଲିପର୍ଣ୍ଣିଆ କୋର୍ଟ ୨୦୧୨ରେ ଏହି ମାମଲାରେ ସ୍ୟାମସଙ୍ଗକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆପଲ ପକ୍ଷରୁ କୁହାଯାଇଛି ଯେ ଜୋରିମାନ ବଡ଼ ନୁହେଁ ଆମ ପାଇଁ ମାମଲା ଜିତିବା ବଡ଼ କଥା। ଆପଲ ସ୍ମାର୍ଟଫୋନ୍‍ ଦୁନିଆରେ କ୍ରାନ୍ତି ଆଣିଛି ଓ ସ୍ୟାମସଙ୍ଗ ଆମ ଉତ୍ପାଦର ଡିଜାଇନକୁ ନକଲ କରିଥିବା ସତ୍ୟ ପ୍ରମାଣିତ ହୋଇଛି। ୨୦୧୧ରୁ ଏହି ମାମଲାର ଶୁଣାଣି ଚାଲିଥିଲା। ସ୍ୟାମସଙ୍ଗ ଆଇଫୋନ୍‍ର କର୍ଣ୍ଣର, ପ୍ରଣ୍ଟ ଫେସ୍‍ ଏବଂ ରିମ, ଆଇଫୋନ୍‍ ହୋମ ସ୍କ୍ରିନ୍‍ ଆପ୍‍ ଲେଆଉଟ୍‍ ନକଲ କରିଥିଲା। ସ୍ୟାମସଙ୍ଗ ପେଟେଣ୍ଟ ଆଇନ୍‍ ଉଲ୍ଲଙ୍ଗନକୁ ଖଣ୍ଡନ କରିଆସୁଥିଲା। କୋର୍ଟଙ୍କ ରାୟକୁ ନେଇ ସ୍ୟାମସଙ୍ଗ କ୍ଷୋଭ ପ୍ରକାଶ କରିଛି।

Leave A Reply