ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ପୁଣି ତେଲଲିକ୍

0

ପାରାଦୀପ : ପାରାଦୀପରେ ପୁଣି ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ତେଲଲିକ୍ ହୋଇଛି । ଅଠରବାଙ୍କିରୁ ନେହେରୁବଙ୍ଗଳା ରାସ୍ତାକଡରେ ଯାଇଥିବା ତେଲ ପାଇପ୍ ଲାଇନ୍ କୁ କଣାକରି ତେଲ ଚୋରି ହୋଇଥିବା ସନ୍ଦେହ କରାଯାଉଛି ।  ଶହଶହ ଲିଟର ଡିଜେଲ୍ ଲିକ୍ ହୋଇ କାଉଡିଆ ନଦୀଜଳରେ ମିଶିଥିବାର ଦେଖାଯାଇଛି । ଫଳରେ ନଦୀର ମାଛ ଆଦି ଜଳଜୀବଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ପାଇପ୍ ଲାଇନ୍ ଦେଇ ବନ୍ଦର ମଧ୍ୟରେ ଥିବା ଜାହାଜରରୁ ତୈଳଟର୍ମିନାଲ୍ କୁ ତେଲ ପରିବହନ କରାଯାଇଥାଏ । ଏହି ଘଟଣାପରେ ପାରାଦୀପରେ ତେଲମାଫିଆ ପୁଣି ସକ୍ରିୟ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି।

Leave A Reply