ବିବାହ ନିମନ୍ତ୍ରଣ ପତ୍ରରେ  ମୋଦୀଙ୍କ ପାଇଁ ଭୋଟ ଭିକ୍ଷା: ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

0

ଶିମଲା ..- ବିବାହ ନିମନ୍ତ୍ରଣ ପତ୍ରରେ  ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରି ଜଣେ ନିର୍ବାଚନ ଅଧିକାରୀଙ୍କ ନୋଟିସ ପାଇଛନ୍ତି ।  ଉତ୍ତରାଖଣ୍ଡର ଜଗଦୀଶ ଚନ୍ଦ୍ର ଯୋଶୀ ନାମକ ବ୍ୟକ୍ତି ନିଜ ପୁଅର ବିବାହ ନିମନ୍ତ୍ରଣ ପତ୍ରରେ ପରବର୍ତ୍ତୀ ନିର୍ବାଚନରେ ମୋଦୀଙ୍କୁ ଭୋଟ ଦେବା ପାଇଁ  ଉଲ୍ଲେଖ କରିଥିଲେ ।  ଜଗଦୀଶ ଚନ୍ଦ୍ର ଉତ୍ତରାଖଣ୍ଡର ଯୋଶୀଖୋଲା ଗ୍ରାମର ବାସିନ୍ଦା । ସେ ବିବାହ ନିମନ୍ତ୍ରଣ ପତ୍ରରେ କୌଣସି ଉପହାର ନଆଣିବା ପାଇଁ ଲେଖିଥିଲେ । ମାତ୍ର ନିର୍ବାଚନ ତାରିଖରେ ମୋଦୀଙ୍କୁ ଭୋଟ ଦେବା ପାଇଁ ଏଥିରେ ଉଲ୍ଲେଖ ରହିଥିଲା ।

ଏହି ନିମନ୍ତ୍ରଣ ପତ୍ରକୁ ନେଇ ଉତ୍ତରାଖଣ୍ଡ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା  ।  ପରେ ବାଗେଶ୍ୱରର ସହକାରୀ ରଟର୍ଣ୍ଣିଂ ଅଧିକାରୀ ଯୋଶୀଙ୍କୁ  ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଘଂନ ଅଭିଯୋଗରେ ନୋଟିସ୍‌ ଜାରି କରିଛନ୍ତି । ତାଙ୍କୁ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ରହି ପକ୍ଷ ରଖିବା ପାଇଁ କୁହାଯାଇଛି ।

ତାଙ୍କର ପିଲାମାନେ ଏହି ନିମନ୍ତ୍ରଣ ପତ୍ର ଛାପିଛନ୍ତି , ସେ ସାଧାରଣ ଲୋକ , କୌଣସି ରାଜନୈତିକ ଦଳ ପ୍ରତି ତାଙ୍କର ଅନୁକମ୍ପା ନାହିଁ , ସେ ନିର୍ବାଚନ ଅଧିକାରୀଙ୍କୁ କ୍ଷମା ପ୍ରାର୍ଥନା କରିବେ ବୋଲି ଯୋଶୀ କହିଛନ୍ତି । ଉତ୍ତରାଖଣ୍ଡରେ ଏପ୍ରିଲ ୧୧  ଓ ୨୨ ତାରିଖରେ ଲୋକ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply