ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା; ୩ କି.ମି ହାତରେ ଚାଲିଚାଲି ସ୍କୁଲରେ ପହଞ୍ଚନ୍ତି ଦିବ୍ୟାଙ୍ଗ

0

ଇଣ୍ଡୋନେସିଆ: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଦୃଢ ଇଚ୍ଛାଶକ୍ତି ସଫଳତା ଆଣି ଦେଇଥାଏ । ସେହିପରି ଜଣେ ଦିବ୍ୟାଙ୍ଗ ନାବାଳକଙ୍କ ଦୃଢ ଇଚ୍ଛାଶକ୍ତି ପାଖରେ ହାର ମାନିଛି ଭଗବାନଙ୍କ ଅଭିଶାପ । ପାଠ ପଢିବାର ଏଭଳି ଉତ୍ସାହ ଯାହା କେଉଁଠି ଦେଖିବାକୁ ମିଳିନାହିଁ । ଇଣ୍ଡୋନେସିଆର ଜଣେ ଦିବ୍ୟାଙ୍ଗ ଛାତ୍ର ତିନି କି.ମି ହାତ ସାହାଯ୍ୟରେ ଚାଲି ଚାଲି ସ୍କୁଲ ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯେ କେହି ଏହି ଭିଡିଓଟିକୁ ଦେଖୁଛି ପିଲାଟିକୁ ପ୍ରସଂଶା ନକରି ରହିପାରୁନାହିଁ ।

ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତର ସୁକାବୁମୀ ସହରର ଏକ ବସ୍ତିରେ ଗରିବ ପରିବାରର ଅବ୍ଦୁଲ ଖୋଲିସ । ଅବ୍ଦୁଲଙ୍କ ବୟସ ମାତ୍ର ୮ ବର୍ଷ ଏବଂ ଗେହ୍ଲାରେ ତାଙ୍କୁ ଅଦୁଲ ବୋଲି ଡାକନ୍ତି । ଅବ୍ଦୁଲ ଜନ୍ମରୁ ହିଁ ଦିବ୍ୟାଙ୍ଗ । ଗୋଡରେ ଚଲାବୁଲା କରିପାରନ୍ତି ନାହିଁ । ସ୍କୁଲ ଯିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଶେଷ ସୁବିଧା ନାହିଁ । ସଡକ ଏବଂ ବସ ସେବା ନଥିବାରୁ ପାହାଡିଆ ଖରାପ ରାସ୍ତାରେ ପ୍ରତିଦିନ ଅବ୍ଦୁଲ ହାତରେ ଚପଲ ପିନ୍ଧି ଚାଲି ଚାଲି ସ୍କୁଲରେ ପହଞ୍ଚନ୍ତି । ତାଙ୍କ ସ୍କୁଲ ଶିକ୍ଷକଙ୍କ କହିବା ହେଲା ଅବ୍ଦୁଲଙ୍କ ମଧ୍ୟରେ ପାଠ ପଢିବାର ପ୍ରବଳ ଆଗ୍ରହ ଦେଖିବାକୁ ମିଳେ । ସବୁ ଛାତ୍ରଙ୍କ ମଧ୍ୟରେ ଅବ୍ଦୁଲ ଅଧିକ ମାତ୍ରରେ କର୍ମଠ । ସେହିପରି ସ୍କୁଲର ପ୍ରିନ୍ସପାଲ ମଧ୍ୟ ତାଙ୍କ ସପକ୍ଷରେ ମତ ରଖନ୍ତି ।

ଗତ ୩ ତାରିଖରେ ଅବ୍ଦୁଲ ସ୍କୁଲ ଯିବା ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଟିକୁ ଦେଖିଲା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଅବ୍ଦୁଲଙ୍କୁ ଭେଟିଥିବା ସୂଚନା ମିଳିଛି ।

 

Leave A Reply