କର୍ତ୍ତାରପୁର କରିଡର : ଗୁରୁବାର ଭାରତ-ପାକ୍ ଆଲୋଚନା

0

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଅଟ୍ଟାରୀ-ୱାଘା ଠାରେ ଗୁରୁବାର କର୍ତ୍ତାରପୁର କରିଡର ସଂକ୍ରାନ୍ତରେ ଆଲୋଚନା ଅନୁଷ୍ଠିତ ହେବ। ଉଭୟ ପକ୍ଷ ଆଲୋଚନା କରି ଏହାକୁ ଚୂଡାନ୍ତ ରୂପ ଦେବେ। ଏହି ବୈଠକ ସମୟରେ କରିଡର ଉପରେ ବୈଷୟିକ ସ୍ତରୀୟ ଆଲୋଚନା କରିବାକୁ ଭାରତ ପ୍ରସ୍ତାବ ଦେଇଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକ ଅବସରରେ କର୍ତ୍ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ବୈଠକ ଆହ୍ୱାନ କରାଯାଇଛି। ତାହାଛଡା ପବିତ୍ର ଗୁରୁଦ୍ୱାର କର୍ତ୍ତାରପୁର ସାହିବକୁ ସହଜରେ ଯାତାୟାତ ପାଇଁ ସର୍ବସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର ୫୦ଏକର ଜମି ଚିହ୍ନଟ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ କରିଡରର ବିକାଶ କରାଯିବ। ଭାରତ କହିଛି, ନିଜ ପଟ କରିଡରର ସୁରକ୍ଷା ଏହା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁବାର ପାକିସ୍ତାନ ସହ ଆଲୋଚନା କେବଳ ତୀର୍ଥଯାତ୍ରା ଉପରେ ପର୍ଯ୍ୟବେଶିତ ରହିବ।

Leave A Reply