୨୦୩୦ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତମ ଖାଉଟି ବଜାର ହେବ

0

ସ୍ବିଜରଲ୍ୟାଣ୍ଡ : ୨୦୩୦ସୁଦ୍ଧା ଭାରତ, ଆମେରିକା ଓ ଚୀନ୍‍ ପଛକୁ ବିଶ୍ୱର ତୃତୀୟ ବୃହତମ ଖାଉଟି ବଜାର ହେବାକୁ ଯାଉଛି। ବିଶ୍ୱ ଅର୍ଥନୈତିକ ଫୋରମ୍‍ର ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଉପଭୋକ୍ତାଙ୍କର ଖର୍ଚ୍ଚ ବର୍ତ୍ତମାନର ଦେଢ଼ଲକ୍ଷ କୋଟି ଡଲାର ରହିଛି। ୨୦୩୦ ସୁଦ୍ଧା ଏହା ୬ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବ। ଶତକଡ଼ା ୭.୫ ଭାଗର ବାର୍ଷିକ ଜି.ଡି.ପି. ଅଭିବୃଦ୍ଧି ହାର ସହ ଭାରତ ବର୍ତ୍ତମାନ ବିଶ୍ୱର ଷଷ୍ଠ ବୃହତମ ଅର୍ଥନୀତି ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ‘ଦ୍ରୁତ ବିକାଶକାରୀ ଖାଉଟି ବଜାର ଭାରତରେ ଭବିଷ୍ୟତର ଉପଭୋଗ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି, ମଧ୍ୟବିତ୍ତ ଶ୍ରେଣୀର ଅଭିବୃଦ୍ଧି ସହ ପ୍ରାୟ ୨୫ ନିୟୁତ ପରିବାର ଦାରିଦ୍ର୍ୟମୁକ୍ତ ହେବେ।

Leave A Reply