ସାଫ୍‍ ମହିଳା ଫୁଟବଲ ଚାମ୍ପିୟନସିପ୍ ଫାଇନାଲରେ ଭାରତ

0

ବିରାଟନଗର(ନେପାଳ) : ଭାରତ, ପଞ୍ଚମ ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ ମହିଳା ଚାମ୍ପିୟନସିପ (ସାଫ୍‍) ଫାଇନାଲରେ ପ୍ରବେଶ କରିଛି । ନେପାଳର ବିରାଟ ନଗରରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ, ବାଂଲାଦେଶକୁ ୪-୦ ଗୋଲରେ ପରାସ୍ତ କରିଛି। ମ୍ୟାଚର ୧୮ତମ ମିନିଟରେ ଭାରତ ପକ୍ଷରୁ ଡାଲମିଆ ଛିବର ପ୍ରଥମ ଗୋଲ ସ୍କୋର କରିଥିବାବେଳେ ୪ମିନିଟ୍‍ ମଧ୍ୟରେ ଇନ୍ଦୁମତି ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ସେହିପରି ୩୭ତମ ମିନିଟରେ ଇନ୍ଦୁମତିଙ୍କ ତୃତୀୟ ଗୋଲ୍‍ ବଳରେ ଭାରତ ୩-୦ ଗୋଲରେ ଅଗ୍ରଣୀ ନେଇଥିଲା। ସେହିପରି ଖେଳ ଶେଷ ହେବା ଠିକ୍‍ ପୂର୍ବରୁ ମନୀଷା ଚତୁର୍ଥ ଗୋଲ ଦେଇ ଭାରତକୁ ୪-୦ରେ ବିଜୟୀ କରିଥିଲେ। ଗତଥର ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ ମହିଳା ଚାମ୍ପିୟନସିପ (ସାଫ୍‍)ରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା।

ଆସନ୍ତା ଶୁକ୍ରବାର ଭାରତ-ନେପାଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ନେପାଳ ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ୪-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

Leave A Reply