ଭାରତ ପଞ୍ଚମଥର ପାଇଁ ଜିତିଲା ‘ସାଫ୍‍’ ମହିଳା ଚାମ୍ପିୟନ୍‍ସିପ୍‍ ଟାଇଟଲ

0

ବିରାଟନଗର(ନେପାଳ) : ଭାରତ ପଞ୍ଚମଥର ପାଇଁ ତଥା କ୍ରମାଗତ ଭାବେ ସାଫ୍‍ ମହିଳା ଚାମ୍ପିୟନ୍‍ସିପ୍‍ ଟାଇଟଲ ହାସଲ କରିଛି। ବିରାଟନଗରରେ ଗତକାଲି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ, ନେପାଳକୁ ୩-୧ ଗୋଲରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ମ୍ୟାଚର ପ୍ରଥମ ଭାଗରେ ଭାରତ, ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଦ୍ବିତୀୟ ଭାଗରେ ୨ଟି ଗୋଲ କରିଥିଲା।

୨୦୧୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତର ସିଧାସଳଖ ତଥା ଲଗାତାର ୨୩ତମ ବିଜୟ ।

Leave A Reply