କୋହଲିଙ୍କ ଶତକ ; ଭାରତର ରୋମାଞ୍ଚକର ବିଜୟ

0

ଆଡିଲେଡ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି। କୋହଲିଙ୍କ ଶତକ ଓ ଧୋନୀଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ରୋହିତ ଶର୍ମାଙ୍କ ୪୩, ଶିଖର ଧାୱନଙ୍କ ୩୨, ରାଇଡୁଙ୍କ ୨୪ ଓ ଦିନେଶ କାର୍ତ୍ତିକଙ୍କ ୨୫ ରନ ବଳରେ ଭାରତ ଏହି ବିଜୟ ହାସଲ କରିଛି।

ଦ୍ୱିତୀୟ ଦିନିକିଆରେ ୨୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୨ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି । ଭାରତର ଏହି ବିଜୟ ଫଳରେ ସିରିଜ ୧-୧ ସ୍ତରରେ ରହିଛି।

ପୂର୍ବରୁ ସନ ମାର୍ଶଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୯୮ ରନ ସଂଗ୍ରହ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ୯  ୱିକେଟ ୨୯୮ ହରାଇ ରନ କରିଥିଲା। ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଛନ୍ତି । ସେହିପରି ଗ୍ଲେନ ମ୍ୟାକ୍ସୱେଲଙ୍କ ୪୮, ମାର୍କସ  ଷ୍ଟୋଇନସଙ୍କ ୨୯, ପିଟର ହାଣ୍ଡସକମ୍ବଙ୍କ ୨୦, ଆଲେକ୍ସ କେରୀଙ୍କ୧୮ ଏବଂ  ଉସମାନ ଖ୍ୱାଜାଙ୍କ ୨୧ ରନ ଫଳରେ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୨୯୮ ରନ ସଂଗ୍ରହ କରିଥିଲା।

ଭାରତ ପକ୍ଷରୁ  ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ , ମହମ୍ମଦ ସାମି ତିନୋଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

କୋହଲି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ଆସନ୍ତା ୧୮ ତାରିଖରେ ୩ୟ ଦିନିକିଆ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯିବ।

Leave A Reply