ଇମିଟେସନ୍ ଗହଣାର ଚାହିଦା

0

ଦିନକୁଦିନ ଇମିଟେସନ୍ କାନଫୁଲ, ନେକଲେସ୍, ମୁଦି, ଚୁଡ଼ିର ଲୋକପ୍ରିୟତା ବଢ଼ୁଛି। ଏପରିକି ସମ୍ଭ୍ରାନ୍ତ ବର୍ଗର ମହିଳାମାନେ ମଧ୍ୟ ବିଶେଷ ଉତ୍ସବରେ ଏସବୁ ପରିଧାନ କରିବାକୁ ଉଚିତ୍ ମଣୁଛନ୍ତି। କାରଣ ସୁନା ଗହଣା ପିନ୍ଧିଲେ ଚୋରିର ଭୟ ରହିଛି। ହେଲେ ଇମିଟେସନ୍ ଗହଣା ବିଭିନ୍ନ ଡିଜାଇନରେ ମିଳିବା ସହ ଏସବୁ ହଜିଲେ କିମ୍ବା ଚୋରି ହେଲେ ବ୍ୟସ୍ତ ଲାଗେନାହିଁ ବୋଲି ୨୫% ମହିଳା ପ୍ରକାଶ କରିଛନ୍ତି।

ଏବର ଫେଶନରେ ପର୍ଲ ଗହଣାର ଚାହିଦା ବଢ଼ୁଛି। ଦୋକାନ ଓ ଅନ୍-ଲାଇନରେ ପର୍ଲ କାନଫୁଲ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୪ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି। ଜିନ୍ସ, ସାଲୱାର ଓ ଶାଢ଼ି ପରିଧାନ ସହ ଏହା ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗେ। ଏହା ସହ ଏହି ହାଲୁକା କାନଫୁଲ ପିନ୍ଧିଲେ ଖରାଦିନେ ଖୁବ୍ ଆରାମ ଲାଗୁଥିବାର ମତ।

ଷ୍ଟୋନ୍ ଖଚିତ ଚୁଡ଼ିର ଚାହିଦା ମଧ୍ୟ ଏବେ ଖୁବ୍ ଅଧିକ। କାରଣ ବିଭିନ୍ନ ରଙ୍ଗର ପୋଷାକ ସହ ମ୍ୟାଚିଂ କରି ଏହା ପିନ୍ଧିହେବ।

ଖରାଦିନିଆ ଅନ୍ୟତମ ଫେଶନ୍ ହେଉଛି ଲଙ୍ଗ୍ ଇୟରରିଙ୍ଗ୍। ସାନ୍ଧ୍ୟ ଭ୍ରମଣରେ କିମ୍ବା ପାର୍ଟିରେ ଗାଉନ୍ ସହ ଏସବୁ ପିନ୍ଧିଲେ ଭିନ୍ନ ଲୁକ୍ ଦେଉଥିବାର ଫେଶନ୍ ଡିଜାଇନରଙ୍କ ମତ।

ଦାମୀ ସୁନା ଗହଣା ପରିବର୍ତ୍ତେ ନାମୀ କମ୍ପାନୀର ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଏବର ମହିଳା ଓ ଯୁବତୀମାନେ। ସମୟ ଅନୁସାରେ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି।

Leave A Reply