ପୁଲିସ ବାବୁଙ୍କ ମାନବିକତା: ଅସହାୟ ମହିଳାଙ୍କୁ ମିଳିଲା ଅାର୍ଥିକ ସହାୟତା ଓ ବାସଗୃହ

0

ମୁମ୍ବଇ: ବିଶାଳ ଭୂଖଣ୍ଡ ଭାରତରେ ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରଣୀତ ହୋଇଛି ଆଇନ। ଆଇନ ସାମାଜିକ ବ୍ୟବସ୍ଥାରେ ଶାନ୍ତି ଓ ମୈତ୍ରୀ ବଳବତ୍ତର ରଖିବା ଉଦ୍ଦେଶ୍ୟରେ ପ୍ରଣୀତ ହୋଇଛି। ତଥାପି କେତେବେଳେ କେମିତି ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନକୁ ପ୍ରଣୟନ କରିବାକୁ ଯାଇ ବଳି ପଡ଼ିଯାନ୍ତି କିଛି ନିରୀହ ମଣିଷ। ଏଭଳି ପରିସ୍ଥିତିରେ ଆଇନର ଊର୍ଦ୍ଧ୍ବକୁ ଯାଇ ମାନବିକତାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ମୁମ୍ବଇର ଏଏସଆଇ ପୁଲିସ ନିଲେସ ଭାଲେରାଓ।

୬୫ବର୍ଷିୟା ବୃଦ୍ଧା ଲତା ଶିବରାଜ ସିଂହଙ୍କ କାହାଣୀରେ ନୂଆ ମୋଡ଼ ନେଇଥିଲା ମେ ୧୫ତାରିଖରେ। ୩୦ବର୍ଷ ପୂର୍ବେ ସ୍ୱାମୀକୁ ହରାଇ ଥିବା ଲତାଙ୍କ ଏକ ମାତ୍ର ପୁତ୍ରର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ପୁତ୍ରବଧୂ ମଧ୍ୟ ବୃଦ୍ଧା ଶାଶୂର ଦାୟିତ୍ୱ ନେବାକୁ ମନା କରିଦେଲେ। ପରେ ଲତାଙ୍କ ଜୀବନରେ ଆରମ୍ଭ ହୋଇଥିଲା ସଂଘର୍ଷ। ମୁମ୍ବଇର ମୌଲି ଭିଲେଜରେ ଥିବା ଚାଞ୍ଚଡ଼ ଡାକ୍ତରଖାନାରେ ସୁଇପର ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଲତା। ଡାକ୍ତରଖାନା କର୍ତ୍ତୁପକ୍ଷ ଲତାଙ୍କୁ ରହିବାକୁ ଛୋଟ ଘର ଓ ଖାଦ୍ୟର ବ୍ୟବସ୍ଥା କରିଥିଲେ।  ହଠାତ୍‍ ପ୍ରଶାସନ ପକ୍ଷରୁ ଲତା ରହୁଥିବା ଘରକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପୁଣି ଥରେ ବାସହରା ହୋଇଥିଲେ ଲତା। ମୁଣ୍ଡ ତଳେ ଛାତ ଓ ପେଟ ଚାଖଣ୍ଡକ ପାଇଁ ଖାଦ୍ୟ ପାଇଁ ଏଣେ ତେଣେ ବୁଲୁଥିବା ଲତାଙ୍କ ସହ ଦିନେ ଭେଟ ହୋଇଥିଲା ନିଲେସ ଭାଲେରାଓଙ୍କ। ଲତାଙ୍କ ଥଇଥାନ ପାଇଁ ନିଲେସ ଆରମ୍ଭ କରିଥିଲେ ଉଦ୍ୟମ। ନିଲେସଙ୍କ ଆହ୍ୱାନରେ ୨୫୦ଜଣ ପୁଲିସ କର୍ମଚାରୀ ଆର୍ଥିକ ସହାୟତାରେ ସଂଗ୍ରହ ହୋଇଥିଲା ୨୫ହଜାର। ଲତାଙ୍କୁ ଥଇଥାନ କରିବା ନିମନ୍ତେ ନିଲେସ କରଜତରେ ଥିବା ସାମାଜିକ ବିକାଶ ସଂସ୍ଥାର ଜରା ନିବାସରେ ମିଳିଥିଲା ମୁଣ୍ଡ ଗୁଞ୍ଜିବାର ସୁଯୋଗ। ମେ ୧୫ତାରିଖରେ ଏଥିପାଇଁ ଲତା ମୁମ୍ବଇ ସାକିନାକା ପୁଲିସ ଥାନାରେ ପହଞ୍ଚି ଥିଲେ। ଲତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ୨୫ହଜାର ଟଙ୍କା ଜମା କରି ତାଙ୍କୁ ପାସବୁକ୍‍ ଓ ଜରା ନିବାସରେ ରହିବାର ଅନୁମତି ହସ୍ତାନ୍ତର କରିଥିଲେ ନିଲେସ।

Leave A Reply