ମାଟ୍ରିକ୍‍ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ – ପ୍ରତି ସିଟିଙ୍ଗ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

0

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୫ ଲକ୍ଷ ୭୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଛନ୍ତି। ମାଟ୍ରିକ୍‍ ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ବର୍ଷ ୨୮୩୦ଟି କେନ୍ଦ୍ରରେ ମାଟ୍ରିକ୍‍ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ମାଟ୍ରିକ୍‍ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେଉଛି। ତେବେ ମାଟ୍ରିକ୍‍ ପରୀକ୍ଷା ପାଇଁ ପ୍ରାକ୍‍ ପ୍ରସ୍ତୁତି ଆପାତତଃ ଶେଷ ହୋଇଥିବାରୁ ଆସନ୍ତାକାଲି ବନ୍ଦ ଡାକରାର କୌଣସି ପ୍ରଭାବ ପରୀକ୍ଷା ପ୍ରସ୍ତୁତିରେ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଡଃ ଜାହାନଆରା ବେଗମ୍‍ କହିଛନ୍ତି।

Leave A Reply