ବାଧ୍ୟତାମୂଳକ ହେବ ନୋ ହୋମ୍‌ୱାର୍କ ନୀତି

0

ଚେନ୍ନାଇ: ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍‍ୱାର୍କ କରିବାକୁ ବାଧ୍ୟ କଲେ ସମ୍ପୃକ୍ତ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଖୁବ୍‍ ଶୀଘ୍ର ଗଣମାଧ୍ୟମରେ ଜରିଆରେ ସମସ୍ତ ସ୍କୁଲ୍‍କୁ ଅବଗତ କରାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ)କୁ ମାଡ୍ରାସ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ନୋ ହୋମ୍‍ୱାର୍କ ନୀତି ୨୦୦୪ ସେପ୍ଟେମ୍ବର ୧୫ ଓ ୨୦୧୬ ସେପ୍ଟେମ୍ବର ୧୨ ତାରିଖରେ ଘୋଷଣା ହୋଇଥିଲେ ମଧ୍ୟ ସ୍କୁଲ୍‍ କର୍ତ୍ତୃପକ୍ଷ ଏହାକୁ ଅବମାନନା କରୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଅଭିଭାବକଙ୍କଠାରୁ ଅଭିଯୋଗ ଆସିବା ପରେ ମାଡ୍ରାସ୍‍ ହାଇକୋର୍ଟ ବିଚାରପତି ଏନ୍‍ କିରୁବାକରନ୍‍ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Leave A Reply