ଘରେ ଶିବଲିଙ୍ଗ ସ୍ଥାପନ କରୁଛନ୍ତି କି? ମାନନ୍ତୁ ଏହି ନିୟମ

0

ଶିବଲିଙ୍ଗ ଭଗବାନ ଶିବଙ୍କର ଏକ ରୂପ। ଶିବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସେ ପ୍ରସନ୍ନ ହୋଇଯାଇଥାନ୍ତି। ଭଗବାନ ଶିବ ଯେମିତି ଶାନ୍ତ ସେମିତି କ୍ରୋଧ ମଧ୍ୟ ହୋଇଯାଆନ୍ତି। କିଛି ଲୋକ ଘରେ ଶିବଲିଙ୍ଗ ସ୍ଥାପନ କରିଥାନ୍ତି କିନ୍ତୁ ଅଜାଣତରେ ପୂଜା ସମୟରେ କିଛି ଅପରାଧ ହୋଇଯାଇଥାଏ। ଶିବଲିଙ୍ଗକୁ ପୂଜା କରିବା ବେଳେ କିଛି ବିଶେଷ ନିୟମର ଧ୍ୟାନ ରଖିବା ଉଚିତ। ବିଧିବିଧାନର ସହ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ପୂଜା ସମୟରେ କୌଣସି ଭୁଲ ହୋଇଗଲେ ଆମେ ଅସୁବିଧାର ସମ୍ମୁଖିନ ହୋଇଥାଉ। ଆସନ୍ତୁ ଜାଣିବା ଘରେ ଶିବଲିଙ୍ଗ ରଖିଲେ କେଉଁ ନିୟମ ପାଳନ ଆବଶ୍ୟକ।


ଘରେ ଶିବଲିଙ୍ଗ ରଖିଥିଲେ ପ୍ରତିଦିନ ବେଲ ପତ୍ର ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ରୁହେ। ଶିବଲିଙ୍ଗ ଉପରେ ସର୍ବଦା ଜଳଧାରା ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ।
ଘରର ବନ୍ଦ ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରିବା ଉଚିତ ନୁହେଁ। ଶିବଲିଙ୍ଗକୁ ଖୋଲା ସ୍ଥାନରେ ରଖି ପୂଜା କରିବା ଉଚିତ।


ଶିବଲିଙ୍ଗକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ସଠିକ ବିଧିବିଧାନର ସହ ପୂଜା ହୋଇପାରିବ। ସଠିକ ବିଧିବିଧାନର ସହ ପୂଜା ନ କରିବା ଦ୍ୱାରା ଶିବଙ୍କର ଅପମାନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତି ନିଜର ଅନର୍ଥକୁ ନିମନ୍ତ୍ରଣ କରିଥାନ୍ତି।
ଶିବଲିଙ୍ଗର ସ୍ଥାନ ପରିବର୍ତ୍ତନ କରିବା ସମୟରେ ତାଙ୍କୁ ମୁଣ୍ଡିଆ ମାରନ୍ତୁ। ଗୋଟିଏ ପାତ୍ରରେ ଗଙ୍ଗାଜଳ ଭର୍ତ୍ତି କରି ରଖି ସେଥିରେ ଶିବଲିଙ୍ଗକୁ ରଖନ୍ତୁ। ଯଦି ପଥରର ଶିବଲିଙ୍ଗ ରଖୁଛନ୍ତି ତେବେ ପ୍ରତିଦିନ ଗଙ୍ଗାଜଳରେ ଅଭିଷେକ କରାନ୍ତୁ।


ଶିବଲିଙ୍ଗରେ ପ୍ୟାକେଟ କ୍ଷୀର ଅର୍ପଣ କରନ୍ତୁ ନାହିଁ। କଞ୍ଚା କ୍ଷୀରରେ ସର୍ବଦା ଅଭିଷେକ କରନ୍ତୁ। ଶିବଲିଙ୍ଗରେ ଶୁଦ୍ଧ ଓ ଥଣ୍ଡା କ୍ଷୀର ଢାଳନ୍ତୁ।
ଶିବଲିଙ୍ଗ ସମ୍ମୁଖରେ ସର୍ବଦା ମାତା ପାର୍ବତୀ ଓ ଗଣେଶଙ୍କ ପ୍ରତିମୂର୍ତ୍ତି ରଖନ୍ତୁ।

Leave A Reply