ଶୁକ୍ରବାର ହୋଲି : କମିଶନରେଟ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି

0

ଭୁବନେଶ୍ୱର : ଶୁକ୍ରବାର ରଙ୍ଗର ପର୍ବ ହୋଲି । ସମସ୍ତେ ହୋଲି ଖେଳିବାକୁ ଭଲ ପାଆନ୍ତି ଓ ଆନନ୍ଦରେ ମଜି ଯାଇଥାଆନ୍ତି । କିନ୍ତୁ ସାମାନ୍ୟ ଅସାବଧାନତାରୁ ହୋଲିର ମଜା ଫିକା ପଡି ଯାଇଥାଏ।

ତେବେ ହୋଲି ପାଇଁ ଭୁବନେଶ୍ବର-କଟକ କମିଶନରେଟ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସୁରକ୍ଷିତ ଭାବେ ହୋଲି ଖେଳିବାକୁ ପୋଲିସ କମିଶନର ଜନ ସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ରାସାୟନିକ କିମ୍ବା ଅପମିଶ୍ରିତ ରଙ୍ଗ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।

ଚଳିତ ବର୍ଷ ହୋଲିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କଟକରେ ୧୦ ଓ ଭୁବନେଶ୍ୱରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ୱରରେ ୧୬ଟି ପେଟ୍ରୋଲିଂ ଭ୍ୟାନ ବୁଲିବା ପାଇଁ ନିଷ୍ପତ୍ତି ହୋଇଛି । ପୁଲିସ ପକ୍ଷରୁ ସମ୍ବେଦନଶୀଳ ସ୍ଥାନରେ ସତର୍କ ଦୃଷ୍ଟି ରଖାଯିବ । ବିଭିନ୍ନ ନଦୀ ଓ ଜଳାଶୟର ଗାଧୁଆ ତୁଠରେ ଓଡ଼୍ରାଫ ଟିମ ମୁତୟନ କରାଯିବ । ସ୍ପିଡ଼ ବାଇକର ଓ ମଦ୍ୟପଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave A Reply