ହୋଲି ଖେଳକୁ ନେଇ ଭୁବନେଶ୍ୱର ଓ ଜୟପୁରରେ ଗୋଷ୍ଠୀ ସଂଘର୍ଷ

0

ଭୁବନେଶ୍ୱର/ଜୟପୁର ….- ହୋଲି ଖେଳକୁ ନେଇ ରାଜ୍ୟର କେତକସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି  । ରାଜଧାନୀ ଭୁବନେଶ୍ୱର ସହ କୋରାପୁଟର ଜୟପୁରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହାର ଖବର ପାଇ ସେଠାରେ ପହ଼ଞ୍ଚିଥିବା ପିସିଆର୍‌ ଭ୍ୟାନରେ କେତକ ଲୋକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱ ବରମୁଣ୍ଡା ନିକଟରେ ଥିବା ରେଣ୍ଟାଲ କଲୋନୀରେ ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ୨ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହେବାରୁ ୬ ଜଣ ଆହତ ହୋଇଛନ୍ତି । ସେଠାରେ ପହଞ୍ଚିଥିବା ପିସିଆର୍‌ ଭ୍ୟାନ୍‌କୁ କିଛି ଲୋକ ଭଙ୍ଗା ରୁଜା କରିଛନ୍ତି ।

କୋରାପୁଟ୍‌ ଜିଲ୍ଲା  ଜୟପୁର ସଦରଥାନା ଅଞ୍ଚଳରେ ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ ।ଢେପାଗୁଡା ଓ କୁଣ୍ଡାରିଗୁଡା ଘାସି ସାହିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । କେନାଲରେ ଗାଧୋଇବା ସମୟରେ ଉଭୟପକ୍ଷ ମୁହାଁ ମୁହିଁ ହୋଇଥିବା ବେଳେ ପରସ୍ପରକୁ ଢେଲା ପଥର ମାଡ କରିଥିଲେ ।  କିଛି ଲୋକ ଜାତୀୟ ରାଜପଥ-୨୬କୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୁଲିସ ପକ୍ଷରୁ ୩ ରାଉଣ୍ଡ ଫାଙ୍କା ଗୁଳି  ଚାଳନା କରିଥିବା ସୂଚନା ମିଳିଛି । ସେହି ସ୍ଥାନରେ ଏକ ପ୍ଲାଟୁନ୍ ପୁଲିସ ବଳ ମୁତୟନ କରାଯାଇଛି ।

 

Leave A Reply