ଜାତୀୟ ଶିବିର ପାଇଁ ପହଞ୍ଚିଲେ ହକି ଖେଳାଳି

0

ଭୁବନେଶ୍ୱର : ହକି ବିଶ୍ୱକପ ଓ ଏସିଆନ୍‍ ଚମ୍ପିଆନ୍‍ସିପ୍‍ ଟ୍ରଫି ହକି ପ୍ରତିଯୋଗିତା ପ୍ରସ୍ତୁତି ଲାଗି ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷଣ ଶିବିର କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ସୋମବାରଠାରୁ ଆରମ୍ଭ ହେବ। ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଏକମାସ ଧରି ଅକ୍ଟୋବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରୁ ଆସନ୍ତା ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ଓମାନର ରାଜଧାନୀ ମସ୍କଟ୍‍ରେ ଖେଳାଯିବାକୁ ଥିବା ଏସିଆନ ଚମ୍ପିଆନସିପ୍‍ ଟ୍ରଫି ହକି ପ୍ରତିଯୋଗିତା ଲାଗି ଖେଳାଳି ମନୋନୟନ କରାଯିବ। ୪ ସପ୍ତାହ ଧରି ଚାଳିଥିବା ଥିବା ଏହି ଶିବିରରେ ଭାଗନେବା ଲାଗି ରବିବାର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି।

କୋଚ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସୂରଜ କେର୍‍କେରା, କ୍ରିଷ୍ଣା ବାହାଦୂର ପାଠକ, ହରମନ୍‍ପ୍ରୀତ୍‍ ସିଂହ, ରୁପିନ୍ଦର ପାଲ ସିଂହ, ବରୁଣ କୁମାର, ସୁରେନ୍ଦ୍ର କୁମାର, ଜର୍ମନପ୍ରୀତ୍‍ ସିଂହ, ସିମ୍‍ରନଜିତ୍‍ ସିଂହ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ଏସ୍‍.ଭି ସୁନୀଲ, ମନ୍‍ଦୀପ ସିଂହ, ଦିଲ୍‍ପ୍ରୀତ ସିଂହ ପ୍ରମୁଖ ଖେଳାଳି ପହଞ୍ଚିବା ସହିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅବସ୍ଥାନ କରିଛନ୍ତି। ଅନ୍ୟ ଖେଳାଳିମାନେ ବିଭିନ୍ନ ସ୍ଥାନରୁ ପୃଥକ୍‍ ଭାବେ ଆସି ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି।

Leave A Reply