କଲେଜ ଛକରୁ ବ୍ରାଉନସୁଗାର ଜବତ

0

କଟକ: ମଙ୍ଗଳବାର ଦିନ କଟକ ଅବକାରୀ ବିଭାଗର ଏକ ଦଳ କଲେଜ ଛକ ନିକଟରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଅବକାରୀ ବିଭାଗ ୧୩୦ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧାର ପ୍ରକାଶ ବାରିକ। ଆଜି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ପ୍ରକାଶ ବ୍ରାଉନସୁଗାର କାରବାର କରୁଥିବାର ସୁରାକ ପାଇବା ପରେ ହଠାତ କଲେଜ ଛକରେ ଚଢାଉ କରିଥିଲେ। ଅବକାରୀ ବିଭାଗ ପ୍ରକାଶକୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଥିଲେ।

Leave A Reply