ସାବିତ୍ରୀ ବ୍ରତରେ ହେଲମେଟ ଉପହାର

0

ସାବିତ୍ରୀ ବ୍ରତ ଦିନ ସଧବା ନାରୀମାନେ ସ୍ୱାମୀଙ୍କ ମଙ୍ଗଳକାମନା କରି ବ୍ରତ ଏବଂ ଉପବାସ କରିଥାନ୍ତି । କିନ୍ତୁ ଓଲିଉଡ଼ ଅଭିନେତା ଶ୍ରୀତମଙ୍କ ପତ୍ନୀ ପୁନମ୍‌ ସାବିତ୍ରୀ ବ୍ରତ କିଛି ନିଆରା ଢ଼ଙ୍ଗରେ ପାଳିଛନ୍ତି । ଗାଡ଼ି ଚଲାଇଲା ବେଳେ ହେଲମେଟ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ଅଟେ । ଅଭିନେତାଙ୍କ ପତ୍ନୀ ହୋଇଥିଲେ ମଧ୍ୟ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ସ୍ୱାମୀଙ୍କୁ ହେଲମେଟ ଉପହାର ଦେଇଛନ୍ତି । ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ସେ ସ୍ୱାମୀଙ୍କୁ କହିଛନ୍ତି । ଶ୍ରୀତମ ସମସ୍ତ ନାରୀମାନଙ୍କୁ ସାବିତ୍ରୀ ଅମାବାସ୍ୟାରେ ନିଜ ସ୍ୱାମୀଙ୍କୁ ହେଲମେଟ ଉପହାର ଦେବାକୁ କହିଛନ୍ତି । ଗାଡ଼ି ଚଲାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ଶ୍ରୀତମ ଦେଶବାସୀଙ୍କୁ କହିଛନ୍ତି ।

Leave A Reply