ଡେଙ୍ଗା ହେବାର ସହଜ ଉପାୟ

0

ନୂଆଦିଲ୍ଲୀ : ଡେଙ୍ଗା ହେବାକୁ କାହାର ବା ଇଛା ନାହି। ସେ ନାରୀ ହେଉ ଅବା ପୁରୁଷ ସମସ୍ତେ ଡ଼େଙ୍ଗା ହେବାକୁ ଚାହାନ୍ତି। ବାଙ୍ଗେରା କିମ୍ବା କମ୍‍ ଉଚ୍ଚତା ବିଶିଷ୍ଟ ଲୋକେ ପ୍ରାୟ ସମୟ ନିଜ ଶରୀରର ଉଚ୍ଛତାକୁ ନେଇ ଦୁଃଖ ପ୍ରକାଶ କରିଥାନ୍ତି । ଉଲ୍ଲେଖ ଯେ ଶରୀରର ଉଚ୍ଚତା ବୃଦ୍ଧି ହ୍ୟୁମାନ ଗ୍ରୋଥ ହରମୋନ (ଏଚଜିଏଚ) ବା ଶାରୀରିକ ବିକାଶ ଜୀବରସ ଉପରେ ନିର୍ଭର କରେ। ସଠିକ ପୋଷଣ ଅଭାବରୁ ମାନବ ଶରୀରରେ ଏଚ୍‍ଜିଏଚ୍‍ ହରମୋନ ପ୍ରଭାବିତ ହୋଇଥାଏ। ଫଳରେ ଶାରୀରିକ ବିକାଶ ଓ ଉଚ୍ଚତା ବୃଦ୍ଧିରେ ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଥାଏ । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ କେତେକ ସହଜ ଉପାୟ ରହିଛି। ଏହି ଉପାୟକୁ ଆପଣାଇଲେ ସହଜରେ ଆଶା ମୁତାବକ ଫଳ ପାଇପାରିବେ । ସକାଳୁ ଖାଲିପେଟରେ ଗୋଟେ ଗ୍ଲାସ କ୍ଷୀରରେ ଗୁଡ଼ ମିଶାଇ ପିଅନ୍ତୁ। ଏଥିରେ ଥିବା କ୍ୟାଲସିୟମ ଓ ପ୍ରୋଟିନ ଉଚ୍ଚତା ବଢାଇବାରେ ସାହାଯ୍ୟ କରିବ। ଭିଟାମିନ ଡି’ ଶ୍ରେଣୀରେ ଆସୁଥିବା ଖାଦ୍ୟ ମାଛ, ଡାଲି, ସୋୟାବିନ, ଛତୁ ଆଦି ଖାଆନ୍ତୁ। ଏହା ଆପଣଙ୍କ ଉଚ୍ଚତା ବଢାଇବାରେ ସାହାଯ୍ୟ କରିବ। ଡେଙ୍ଗା ହେବା ପାଇଁ ନିୟମିତ ସକାଳୁ ବ୍ୟାୟାମ କରନ୍ତୁ ଏବଂ ଚାଲିବା ସମୟରେ ଅଣ୍ଟା ସିଧା ରଖନ୍ତୁ। ସଠିକ ପରିମାଣର ନିଦ୍ରା, ନିଶା ଦ୍ରବ୍ୟ ବର୍ଜନ ଭଳି ମାର୍ଗ ଆପଣାନ୍ତୁ ଓ ଏହାର ସୁଫଳ ପାଆନ୍ତୁ ।

Leave A Reply