ହାୱଲା ଅପରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ:ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ହାୱଲା ଅପରେଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ନୂଆଦିଲ୍ଲୀ ସମେତ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚଢଉ କରାଯାଇଛି ା ଚଢଉ ସମୟରେ ଇଡି ୪୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହ ୩.୬୫ ​‌େକ​‌ାଟି ଟଙ୍କା ଜବତ କରିଥିବା ଜଣାଯାଇଛି ା ଏହି ଚଢଉ ଅଭିଯାନରେ ଇଡିର ୬୦ ଅଧିକାରୀ ସାମିଲ ଥିଲେ ା
ଇଡି ପକ୍ଷରୁ କରାଯାଇଥିବା ଏହି ବଡ ଧରଣର ଚଢଉ ଅଭିଯାନ ସମୟରେ ହାୱଲା ଅପରେଟରମାନଙ୍କ ବ୍ୟବସାୟିକ ସଂସ୍ଥା, କାର୍ଯ୍ୟାଳୟ ଏବଂ ବାସଭବନରେ ଯାଞ୍ଚ କରାଯାଇଥିଲା। ଏହି ଅପରେଟରମାନଙ୍କର ବିଭିନ୍ନ ରାଷ୍ଟ୍ରରେ ହାୱଲା କାରବାର ସହ ସମ୍ପୃକ୍ତି ଥିବା ଜଣାଯାଇଛି ା ବେଆଇନ ଭା​‌େ​‌ବ​‌ ଅର୍ଥ ସ୍ଥାନାନ୍ତର କରିବା ଲାଗି ଅପରେଟରମାନେ ପରସ୍ପରର ନେଟୱର୍କକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ା ଚଢଉବେ​ଳେ ହାୱଲା କାରବାର ସମ୍ପର୍କିତ କାଗଜପତ୍ର, ସମ୍ପତ୍ତି, ଚେକ୍‌ ବୁକ୍‌, ହାୱଲା ଅପରେଟରଙ୍କ ଯୋଗାଯୋଗ ଠିକଣା ଥିବା ଡାଏରୀ ଏବଂ ସେମାନଙ୍କର ନେଟୱର୍କ ଅାଦିକୁ ୧୧ ଲାପ୍‌ଟପ୍‌, ​‌େ​ଗ‌ାଟିଏ ମ୍ୟାକ୍‌ବୁକ୍‌, ଦୁଇଟି ଆଇପ୍ୟାଡ୍‌, ୪ ହାର୍ଡ ଡିସ୍କ, ୪ପେନ୍‌ ଡ୍ରାଇଭ୍‌ ଏବଂ ହାୱଲା କାରବାର ସମ୍ପର୍କିତ ୯ ସିଡୀ ଜମତ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି ା ଫେମା ଆଇନ ଉଲ୍ଲଂଘନ ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଇଡି ପଚରାଉଚରା କରିବ ‌େବ​‌ାଲି ଜଣାଯାଇଛି ା

Leave A Reply