ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡ ସପକ୍ଷରେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଫାଶୀ ଦେଇ ମୃତ୍ୟୁ ଦଣ୍ଡ ଦେବା ସପକ୍ଷରେ କେନ୍ଦ୍ର ସରକାର  ସୁପ୍ରିମକୋର୍ଟରେ ନିଜର ମତ ରଖିଛନ୍ତି । ଏହା ବିଷ ଇଂଜେକ୍‌ସନ୍‌ ଦେଇ ମାରିବା , ଗୁଳି କରିବା ଓ ମୃତ୍ୟୁ ଦଣ୍ଡ ଦେବାର ଅନ୍ୟ ଉପାୟ ଅପେକ୍ଷା କମ କଷ୍ଟ ଦାୟକ ଏବଂ ମାନବୀୟ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମତ ପୋଷଣ କରିଛନ୍ତି ।

ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାର ଜବାବରେ କେନ୍ଦ୍ର ସରକାର ଏହି ମତ ପୋଷଣ କରିଛନ୍ତି । ଆମେରିକାରେ ୧୧୦ ବର୍ଷ ହେଲା ବିଷ ଇଂଜେକ୍‌ସନ୍‌ ଦିଆଯାଇ ମୃତ୍ୟୁ ଦଣ୍ଡ ଦିଆଯାଉଛି । ମାତ୍ର କମ୍‌ ଯନ୍ତ୍ରଣା ଦାୟକ ବୋଲି ପ୍ରମାଣ କରାଯାଇ ପାରି ନାହିଁ । ଏହାର ଅପ ବ୍ୟବହାର ବି  ହୋଇପାରେ । ଏହା ବ୍ୟତୀତ ବିଭିନ୍ନ ଗ୍ରାଫ ସାହଯ୍ୟରେ ଗୁଳି ଦ୍ୱାରା ମୃତ୍ୟୁ ଦଣ୍ଡକୁ ଚିତ୍ରଣ କରାଯାଇଛି । ଗୁଳି ଠିକ୍‌ ଭାବରେ ନ ବାଜିଲେ   ବ୍ୟକ୍ତି ଅତି କଷ୍ଟ ପାଇଁ ମୃତ୍ୟୁ ବରଣ କରନ୍ତି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply