ସୁନ୍ଦର କେଶ ପାଇଁ ଉପଯୋଗୀ ନଡ଼ିଆ ପାଣି

0

ଶ୍ରୀଫଳ ନଡ଼ିଆର ପାଣି ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ତେବେ ଏହି ଫଳର ପାଣି ନିୟମିତ ପିଇଲେ ଯୁବତୀ-ମହିଳାଙ୍କ କେଶ ଓ ତ୍ବଚାର ସଂଖ୍ୟାଧିକ ସମସ୍ୟା ଶେଷ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ସତେଜ ନଡ଼ିଆ ପାଣି ସପ୍ତାହକୁ ୨ ରୁ ୩ଥର ପିଇଲେ ତାହା ଆମ କେଶମୂଳକୁ ଦୃଢ଼ କରିବା ସହ ରୁପି ହେବାରୁ ରକ୍ଷା କରେ।

ନଡ଼ିଆ ପାଣିକୁ ତୁଳାରେ ନେଇ କେଶମୂଳରେ ମାଲିସ୍ କଲେ କେଶର ଘନତ୍ବ ବଢ଼େ।

ଲେମ୍ବୁ ରସ ୧ ଚାମଚରେ ନଡ଼ିଆ ପାଣି ମିଶାଇ ଲଗାଇଲେ ତାହା କେଶଝଡ଼ା ୧ସପ୍ତାହ ମଧ୍ୟରେ ବନ୍ଦ କରେ।

ଘିକୁଆଁରୀ ସହ ନଡ଼ିଆ ପାଣି ମିଶାଇ କେଶରେ ଲଗାଇବା ଦ୍ବାରା ମଧ୍ୟ ବିଭିନ୍ନ ସମସ୍ୟା ଦୂର ହେଉଥିବାର ମତ।

Leave A Reply