ଗୁଟୁଖା ଖାଇ ଚାକିରି ହରାଇଲେ ୩୪ ଟ୍ରାଫିକ ପୁଲିସ

0

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ରାମପୁର ଜିଲାରେ  ଗୁଟୁଖା ଖାଇ ୩୪ ଜଣ ଟ୍ରାଫିକ ପୁଲସ ଚାକିରୀ ହରାଇଛନ୍ତି ।  କାମ ସମୟରେ ଏମାନେ ଗୁଟୁଖା ଖାଉଥିବା ଯୋଗୁଁ  ଚାକିରୀରୁ ନିଲମ୍ବନ କରାଯାଇଛି । କାମ କରୁଥିବା ବେଳେ କେଉଁ ଟ୍ରାଫିକ ପୁଲିସମାନେ ବିଭିନ୍ନ ନିୟମ ଉଲ୍ଲଘଂନ କରୁଛନ୍ତି   ସେ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯାଞ୍ଚ କରିଥିଲେ ।  କିଛି ଟ୍ରାଫିକ ପୁଲିସ ବିନା ହେଲମେଟରେ  ମଟର ସାଇକେଲ୍‌ ଚଲାଉଥିବା ବେଳେ ଧରାପଡି ଜରିମାନା ଦେଇଛନ୍ତି ।

ରାମପୁରର ଏସ୍‌ପି ବିପିନ ଟାଡା ନିଜେ ଏକ ଟିମ୍‌ ସହ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ପୁଲିସ ପୋଷାକରେ ଥାଇ  ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କୁ ଧିରିଥିଲେ  । ଏମାନଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଗୁଟୁଖା ଖାଉଥିବା ବ୍ୟକ୍ତିମାନଙ୍କୁ ନିଲମ୍ବିତ କରିଥିଲେ । ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନିଜେ ସଚେତନ ହେଲେ , ସାଧାରଣ ଲୋକଙ୍କୁ ଅଧିକ ସଚେତନ କରିପାରିବେ । ଏହା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣାକୁ ଦୂର  କରିହେବ ବୋଲି ରାମପୁର ଏସ୍‌ପି ବିପିନ ଟାଡା କହିଛନ୍ତି ।

Leave A Reply