ହ୍ବାଇଟ୍‌ ହାଉସଠୁ ୩ କି.ମି. ଦୂରରେ ଆଖିବୁଜା ଗୁଳିମାଡ଼; ଜଣେ ମୃତ, ୫ ଆହତ

0

ୱାଶିଂଟନ: ଆମେରିକାର ହ୍ବାଇଟହାଉସ ନିକଟ କଲୋମ୍ବିଆ ହାଇଟ୍‌ସ ରାସ୍ତାରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଗୁରୁବାର ରାତି ପ୍ରାୟ ୧୦ଟାରେ ଦୁର୍ବୃତ୍ତ ହଠାତ୍‌ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଗୁରୁତ ଆହତ ହୋଇଛନ୍ତି। ଗୁଳିକାଣ୍ଡ ଘଟିଥିବା ସ୍ଥାନଠାରୁ ହ୍ବାଇଟହାଉସର ଦୂରତା ମାତ୍ର ୩ କିଲୋମିଟର। ଆହତମାନଙ୍କୁ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପଛରେ କୌଣସି ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ହ୍ବାଇଟ୍‌ ହାଉସ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Leave A Reply