ଘରୋଇ କମ୍ପାନୀଙ୍କୁ ପୂଜା ଭେଟି; କର୍ପୋରେଟ ଟିକସ ହ୍ରାସ କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ଶୁକ୍ରବାର କେନ୍ଦ୍ର ସରକାର ଘରୋଇ କମ୍ପାନୀଗୁଡ଼ିକୁ ପୂଜା ଭେଟି ଦେଇଛନ୍ତି। କର୍ପୋରେଟ ଟିକସ ହ୍ରାସ କରିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଘୋଷଣା କରିଛନ୍ତି। ଫଳରେ ଘରୋଇ କମ୍ପାନୀଗୁଡ଼ିକୁ ବଡ଼ ଅଶ୍ଵସ୍ତି ମିଳିଛି। କମ୍ପାନୀଗୁଡ଼ିକ ପାଇଁ ନୂଆ କର୍ପୋରେଟ ଟିକସ ୨୫.୧୭ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ମିନିମମ ଅଲଟରନେଟିଭ ଟ୍ୟାକ୍ସ(ଏମଏଟି) ୧୮.୫ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ସରଜାର୍ଜ ଏବଂ ସେସ୍‌ ସହିତ କମ୍ପାନୀଗୁଡ଼ିକୁ ୨୫.୧୭ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ଏହାବ୍ୟତୀତ କମ୍ପାନୀଗୁଡ଼ିକୁ ଅନ୍ୟକୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ସେହିପରି ନୂଆ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ଲାଗି ମଧ୍ୟ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀଗୁଡ଼ିକ ୨୨ ପ୍ରତିଶତ ଆୟକର ଦେବେ। ୨୨ ପ୍ରତିଶତ ଆୟକର ଦେଉଥିବା କମ୍ପାନୀକୁ ଅନ୍ୟ ଟିକସ ଛାଡ଼ ସୁବିଧା ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

Leave A Reply